ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ୨୪୨ ରନ୍‌ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଫରଗୁସନ୍‌ଙ୍କୁ ୩ ଓ୍ଵିକେଟ୍‌

ବର୍ମିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ଅନ୍ୟତମ ଲିଗ ମ୍ୟାଚ୍‌ରେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୪୧ ରନ୍‌ କରିଛି। ନ୍ୟୁଜିଲାଣ୍ଡର ପ୍ରଭାବଶାଳୀ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଏକ ମଜବୁତ ସ୍କୋର କରିପାରି ନାହିଁ। ଲକି ଫରଗୁସନ୍‌ ୧୦ ଓଭର ବୋଲିଂ କରି ୩ଟି ଓ୍ଵିକେଟ ନେଇଛନ୍ତି।

ବର୍ମିଂହାମ୍‌ର ଆଜବେଷ୍ଟନ୍‌ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଛି। ଟିମ୍‌ ଆରମ୍ଭରୁ ମନ୍ଥର ଗତିରେ ଖେଳି ଥିଲେ ମଧ୍ୟ ପରେ ରନ୍‌ ହାର ବଢ଼ାଇ ଥିଲା। ହାସିମ୍‌ ଆମଲାଙ୍କ ଅର୍ଦ୍ଧଶତକ ପରେ ମଧ୍ୟକ୍ରମର ବ୍ୟାଟସ୍‌ମାନେ ଏକ ପ୍ରକାରର ଭଲ ବ୍ୟାଟିଂ କରିଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୯ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୪୧ ରନ୍‌ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ୨୪୨ରନ୍‌ ଟାର୍ଗେଟ୍‌ ମିଳିଛି। ପୂର୍ବରୁ ବର୍ଷା ଯୋଗୁଁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୋଟ୍‌ ଓଭର ସଂଖ୍ୟା ୪୯କୁ ହ୍ରାସ କରି ଦିଆଯାଇଥିଲା।

ଦକ୍ଷିଣ ଆଫ୍ରିକା ସ୍କୋରବୋର୍ଡ

କ୍ୱିଣ୍ଟନ ଡି କକ୍‌: ବୋ- ଟ୍ରେଣ୍ଟ ବୋଲଟ୍‌, ୫ ରନ୍‌, ୮ ବଲ, ୧ ଚୌକା
ହାସିମ୍‌ ଆମଲା: ବୋ-ସଣ୍ଟନର, ୫୫ ରନ୍‌, ୮୩ ବଲ, ୪ ଚୌକା
ଫାପ୍‌ ଡୁ ପ୍ଲେସିସ୍‌: ବୋ-ଲକି ଫରଗୁସନ୍‌, ୨୩ ରନ, ୩୫ ବଲ, ୪ ଚୌକା
ଆଇଡେନ୍‌ ମାର୍କମ: କ-ମୁନ୍‌ରୋ, ବୋ-ଗ୍ରାଣ୍ଡହୋମ୍‌, ୩୮ ରନ୍‌, ୫୫ ବଲ, ୪ ଚୌକା
ରାସିସ ଭାନ୍‌ ଡର ଦୁସେନ୍‌: ଅପରାଜିତ ୬୭ ରନ, ୬୪ ବଲ, ୨ ଚୌକା, ୩ ଛକା
ଡେଭିଡ ମିଲର: କ-ବୋଲଟ-ବୋ-ଫରଗୁସନ, ୩୬ ରନ, ୩୭ ବଲ, ୨ ଚୌକା, ୧ ଛକା
ଆଣ୍ଡିଲେ ଫେଲୁକଓ୍ଵାଓ: କ-ଓ୍ଵିଲିୟମସନ୍‌-ବୋ-ଫରଗୁସନ, ୦ ରନ, ୫ ବଲ
କ୍ରିସ୍‌ ମୋରିସ୍‌: ଅପରାଜିତ ୬ ରନ, ୭ ବଲ, ୧ ଚୌକା
ଅତିରିକ୍ତ: ୧୧ ରନ୍‌ (ଲେଗ୍‌ବାଏ ୭, ଓ୍ଵାଇଡ ୪)
ମୋଟ୍‌: ୨୪୧ ରନ୍‌ (୬ଓ୍ଵିକେଟ, ୪୯ ଓଭର)

ସମ୍ବନ୍ଧିତ ଖବର