ମଂଚେଷ୍ଟର: ଆଫଗାନିସ୍ତାନ ବିପକ୍ଷରେ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ମଙ୍ଗଳବାର ଇଂଲଣ୍ଡ ବିସ୍ଫୋରକ ବ୍ୟାଟିଂ କରିଛି। ଓପନର ଜନି ବେୟାରଷ୍ଟୋ ୯୦ ରନ୍‌, ଜୋଏ ରୁଟ ୮୮ ରନ୍‌ ଓ ଇଅନ ମୋର୍ଗାନ ୧୪୮ ରନ୍‌ କରି ଟିମ୍‌ର ସ୍କୋରକୁ ମଜବୁତ ସ୍ଥିତିରେ ପହଂଚାଇଛନ୍ତି। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ ହରାଇ ୩୯୭ ରନ୍‌ ସଂଗ୍ରହ କରିବା ପରେ ଆଫଗାନିସ୍ତାନକୁ ୩୯୮ ରନ୍‌ ଟାର୍ଗେଟ ମିଳିଛି।

Advertisment

ମୋର୍ଗାନଙ୍କ ରେକର୍ଡ

ଏହି ମ୍ୟାଚ୍‌ରେ ଇଂଲଣ୍ଡର ଅଧିନାୟକ ରେକର୍ଡ କରିଛନ୍ତି। ସେ ୧୭ ଟି ଛକା ମାରି ଏହି ରେକର୍ଡ ହାସଲ କରିଛନ୍ତି। ମୋର୍ଗାନ ୭୧ଟି ବଲ ଖେଳିଥିବା ବେଳେ ଏଥିରୁ ସେ ୧୪୮ ରନ୍‌ ଟିମ୍‌ ଖାତାରେ ଯୋଡ଼ିଛନ୍ତି। ପୂର୍ବରୁ କ୍ରିସ ଗେଲ ଗୋଟିଏ ଇନିଂସରେ ୧୬ଟି ଛକା ମାରିଥିଲେ।

ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ଇଂଲଣ୍ଡର ବ୍ୟାଟସ୍‌ମ୍ୟାନ୍‌ମାନେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିଶ୍ୱକପର ୨୪ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆୟୋଜକ ଇଂଲଣ୍ଡ ୪୪ ରନ୍‌ରେ ଜେମସ୍‌ ଭିନସ୍‌ଙ୍କୁ ହରାଇଥିଲେ ମଧ୍ୟ ଦ୍ୱିତୀୟ ଓ୍ଵିକେଟ୍‌ରେ ୧୨୦ ରନ୍‌ ଓ ୩ୟ ଓ୍ଵକେଟରେ ୧୮୯ ରନ୍‌ ଯୋଡିଥିଲା। ସ୍କୋର ୩୫୯ ରନ୍‌ରେ ଅଧିନାୟକ ଇଅନ ମୋର୍ଗାନ ଆଉଟ୍‌ ହୋଇଥିବା ବେଳେ ଆଫଗାନିସ୍ତାନର ୫ମ ଶିକାର ହୋଇଥିଲେ ଜୋସ୍‌ ବଟଲର। ୬ଷ୍ଠ ଓ୍ଵିକେଟ୍‌ରେ ଇଂଲଣ୍ଡ ବେନ୍‌ ଷ୍ଟୋକସ୍‌ଙ୍କୁ ହରାଇଥିଲା। ସେହି ସମୟରେ ଟିମ୍‌ର ସ୍କୋର ୩୭୮ ରନ୍‌ରେ ପହଂଚି ସାରିଥିଲା।

publive-image Cricbuzz

ଇଂଲଣ୍ଡ ସ୍କୋର

ଜେମସ୍‌ ଭିନସ୍‌: କ-ମୁଜିବ-ବୋ-ଜରଦାନ, ୨୬ ରନ, ୩୧ ବଲ, ୩ ଚୌକା
ଜନି ବେୟାରଷ୍ଟୋ: କ-ବୋ-ନାଇବ, ୯୦ ରନ, ୯୯ ବଲ, ୮ ଚୌକା, ୩ ଛକା
ଜୋଏ ରୁଟ: କ-ରସମତ-ବୋ-ନାଇବ, ୮୮ ରନ, ୮୨ ବଲ, ୫ ଚୌକା, ୧ ଛକା
ଇଅନ ମୋର୍ଗାନ: କ-ରସମତ-ବୋ-ନାଇବ, ୧୪୮ ରନ୍‌, ୭୧ ବଲ, ୪ ଚୌକା, ୧୭ ଛକା
ଜୋସ୍‌ ବଟଲର: କ-ନାଇବ-ବୋ-ଜରଦାନ, ୨ ରନ, ୨ ବଲ
ବେନ୍‌ ଷ୍ଟୋକସ୍‌: ବୋ-ଜରଦାନ, ୨ ରନ, ୬ ବଲ
ମୋଇନ୍‌ ଅଲି: ଅପରାଜିତ ୩୧ ରନ, ୯ ବଲ, ୧ ଚୌକା, ୪ ଛକା
କ୍ରସ୍‌ ଓ୍ଵକସ୍‌: ଅପରାଜିତ ୧ ରନ, ୧ ବଲ
ଅତିରିକ୍ତ: ୯ ରନ୍‌ (ଲେଗବାଏ ୧, ଓ୍ଵାଇଡ ୭, ନୋ ୧)
ମୋଟ: ୩୯୭ ରନ୍‌ (୬ ଓ୍ଵିକେଟ୍‌, ୫୦ ଓଭର)