ବିଶ୍ୱକପ୍‌: ଟିମ୍‌ ଇଣ୍ଡିଆକୁ ୩୩୮ ରନ୍‌ ଟାର୍ଗେଟ ଦେଲା ଇଂଲଣ୍ଡ, ସାମି ନେଲେ ୫ ଓ୍ଵିକେଟ୍‌

ବର୍ମିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୮ତମ ମ୍ୟାଚରେ ରବିବାର ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୩୩୭ ରନ୍‌ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୩୩୮ ରନ୍‌ ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ମହମ୍ମଦ ସାମି ୫ଟି ଓ୍ଵିକେଟ୍‌ ନେଇଛନ୍ତି। ସେ ୧୦ ଓଭର ବୋଲିଂ କରି ୬୯ ରନ୍‌ ଦେଇଛନ୍ତି। କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି।

ରନ୍‌ ପାଇଁ ଭୋକିଲା ଥିବା ଇଂଲଣ୍ଡର ଓପନର ଜନି ବେୟାରଷ୍ଟୋ (୧୧୧ ରନ୍‌, ୧୦୯ ବଲ, ୧୦ ଚୌକା, ୬ଛକା) ୯୦ଟି ବଲ ଖେଳି ଶତକ ହାସଲ କରିଥିଲେ। ସେ ମହମ୍ମଦ ସାମିଙ୍କ ବଲ ଋଷଭ ପନ୍ତଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ଟିମ୍‌ର ଅନ୍ୟତମ ଓପନର ଜସନ ରାୟ ଆଉଟ୍‌ ହେବା ପୂର୍ବରୁ ୬୬ ରନ୍‌ କରିଛନ୍ତି। ସେ ୫୭ଟି ବଲ ଖେଳି ସେ ୭ ଟି ଚୌକା ଓ ୨ଟି ଛକା ମାରିଛନ୍ତି। କୁଲଦୀପ ଯାଦବଙ୍କ ବଲରେ ଜସନ ରୟ ଆଉଟ୍‌ ହୋଇଥିଲେ। ଅଧିନାୟକ ଇଅନ ମୋର୍ଗାନ (୧ ରନ୍‌)ଙ୍କୁ କେଦାର ଯାଦବଙ୍କ ହାତରେ ସାମି କ୍ୟାଚ୍‌ କରାଇଥିଲେ। ଇଂଲଣ୍ଡ ୧୬୦ ରନ୍‌ରେ ଜସନ ରଏ, ୨୦୫ ରନ୍‌ରେ ବେୟାରଷ୍ଟୋ ଓ ୨୦୭ ରନ୍‌ରେ ମୋର୍ଗାନଙ୍କୁ ହରାଇଥିଲା। ସ୍କୋର ୨୭୭ ରନ୍‌ରେ ୪ର୍ଥ, ୩୧୦ ରନ୍‌ରେ ୫ମ, ୩୧୯ ରନ୍‌ରେ ୬ଷ୍ଠ ଓ ୩୩୬ ରନ୍‌ରେ ୭ମ ଓ୍ଵିକେଟ୍‌ର ବିପର୍ଯ୍ୟୟ ଘଟିଥିଲା।

Hindustan Times

ଜୋଏ ରୁଟ (୪୪ ରନ୍‌)ଙ୍କୁ ସାମି ପାଭଲିଅନ ପଠାଇଥିଲେ। ସ୍କୋର ୨୭୭ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। କ୍ରିକସ୍‌ ଓ୍ଵକସ୍‌ ୫ଟି ବଲ ଖେଳି ୭ ରନ କରିଥିଲେ। ସେ ସାମିଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ। ଏହା ପୂର୍ବରୁ ଜୋସ୍‌ ବଟଲର (୨୦ ରନ୍‌) ମଧ୍ୟ ସାମିଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଯଶପ୍ରୀତ ବୁମରା ନିଜ କୋଟାର ଶେଷ ଓଭରରେ ବେନ୍‌ ଷ୍ଟୋକସ୍‌ (୭୯ ରନ୍‌)ଙ୍କୁ ରବୀନ୍ଦ୍ର ଜାଦେଜାଙ୍କ ହାତରେ କ୍ୟାଚ୍‌ କରାଇ ଆଉଟ କରିଛନ୍ତି।

Hindustan Times

ବର୍ମିଂହାମ୍‌ର ଆଜବେଷ୍ଟନ ଷ୍ଟାଡିୟମ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରୁଛି। ଆଜିର ମ୍ୟାଚ ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଇଂଲଣ୍ଡ ଏହି ମ୍ୟାଚ୍‌ ଜିତିବା ସହ ଜୁଲାଇ ୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଜିତିଲେ ସେମିଫାଇନାଲ ମ୍ୟାଚ୍‌ ଖେଳିପାରିବାର ଆଶା ରଖିପାରିବ। ଅନ୍ୟପକ୍ଷରେ ଆଜିର ମ୍ୟାଚ୍‌ରେ ଯଦି ଭାରତ ହାରିଯାଏ, ପରବର୍ତ୍ତୀ ୨ଟି ମ୍ୟାଚରୁ ଅତିକମ୍‌ରେ ଗୋଟିଏରେ ଜିତିଲେ ସେମିଫାଇନାଲ ସ୍ଥାନ ସୁନିଶ୍ଚିତ କରିପାରିବ।

ସମ୍ବନ୍ଧିତ ଖବର