ବିଶ୍ୱକପ୍‌ ସେମିଫାଇନାଲ୍‌: ପାଭଲିଅନ୍‌ ଫେରିଲେ ଓ୍ଵିଲିୟମସନ୍‌, ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି, ସ୍କୋର ୧୩୪/୩

ମଂଚେଷ୍ଟର: ଆଇସିସି ବିଶ୍ୱକପ୍‌ ୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି ରଖିଛି। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ୩୪.୩ ଓଭରରେ ୩ଟି ଓ୍ଵିକେଟ ହରାଇ ୧୩୪ ରନ୍‌ କରିଛି। ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରାଫେଡ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ରସ୍‌ ଟେଲର ଓ ଜେମସ୍‌ ନୀଶମ ବ୍ୟାଟିଂ ଜାରି ରଖିଛନ୍ତି।

ଇନିଂସ ଆରମ୍ଭରୁ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟୀ ସମ୍ମୁଖୀନ ହୋଇଥିଲା। ଟିମ୍‌ ସ୍କୋର ମାତ୍ର ୧ ରନ୍‌ରେ ଓପନର ମାର୍ଟିନ ଗୁପଟିଲଙ୍କୁ ହରାଇଥିଲା। ଯଶପ୍ରୀତ ବୁମରାଙ୍କ ବଲ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇ ଗୁପଟିଲ୍‌ ପାଭଲିଅନ୍‌ ଫେରିଥିଲେ। ଏହା ପୂର୍ବରୁ ସେ ୧୪ଟି ବଲ ଖେଳି ୧ ରନ୍‌ କରିଥିଲେ। ଅନ୍ୟତମ ଓପନର ହେନରୀ ନିକୋଲାସ ୫୧ଟି ବଲ ଖେଳି ୨୮ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା। ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ବୋଲଡ୍‌ ହୋଇ ପାଭଲିଅନ୍‌ ଫେରିବା ବେଳକୁ ନ୍ୟୁଜିଲାଣ୍ଡର ସ୍କୋର ୧୮.୨ ଓଭରରେ ୬୯ ରନ୍‌ ଥିଲା। ଓ୍ଵିଲିୟମସନ୍‌ ୯୫ଟି ବଲ ଖେଳି ୬୭ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। ଟିମ୍‌ର ସ୍କୋର ୧୩୪ ଥିବା ବେଳେ ଓ୍ଵିଲିୟମସନ୍‌, ୟୁଜବେନ୍ଦ୍ର ଚହଲଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାଚ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର