ବିଶ୍ୱକପ୍: ଆଫଗାନିସ୍ତାନକୁ ୧୧ ରନ୍ରେ ହରାଇ ଟିମ୍ ଇଣ୍ଡିଆ ବିଜୟୀ, ହ୍ୟାଟ୍ରିକ୍ ସହ ସାମିଙ୍କୁ ୪ ଓ୍ଵିକେଟ୍
ସାଉଥମ୍ପଟନ୍: ଲଢୁଆ ବ୍ୟାଟିଂ କରି ମଧ୍ୟ ଭାରତ ଠାରୁ ଆଫଗାନିସ୍ତାନ ହାରିଛି। ଅନ୍ତିମ ଓଭରରେ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଯୋଗୁଁ ଆଇସିିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ବିଶ୍ୱକପ୍ର ୨୮ତମ ମ୍ୟାଚ୍କୁ ଭାରତ ୧୧ ରନ୍ରେ ଜିତିଛି। ମହମ୍ମଦ ସାମି ୯.୫ ଓଭର ବୋଲିଂ କରି ୪୦ ରନ୍ ଦେଇଛନ୍ତି। ଏଥି ସହିତ ସାମି ନିଜର ଶେଷ ଓଭରରେ ହ୍ୟାଟ୍ରିକ୍ ଓ୍ଵିକେଟ୍ ନେଇଛନ୍ତି। ସେ ଗୋଟିଏ ମେଡେନ ଦେଇ ୪ଟି ଓ୍ଵିକେଟ ନେଇଛନ୍ତି। ୨୨୫ ରନ୍ ବିଜୟ ଲକ୍ଷ୍ୟ ପିଛାକରି ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୩ ରନ୍ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ୨୨୫ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ୍ ନିଜର ଓପନ୍ର ଦ୍ୱୟଙ୍କୁ ୬୪ ରନ୍ରେ ହରାଇଥିଲା। ପ୍ରଥମ ଓ୍ଵିକେଟ ଭାବେ ୨୦ ରନ୍ରେ ହଜରତୁଲ୍ଲାଙ୍କୁ ମହମ୍ମଦ ସାମି ଆଉଟ୍ କରିଥିଲେ। ପାଣ୍ଡ୍ୟାଙ୍କ ଦ୍ୱାରା ଆଫଗାନିସ୍ତାନ ଅଧିନାୟକ ଗୁଲାବଦୀନ ନାଇବ ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ଆଫଗାନିସ୍ତାନ ସ୍କୋର ୧୦୬ ରନ୍ରେ ୩ୟ ଓ ୪ର୍ଥ ଓ୍ଵିକେଟ ହରାଇଥିବା ବେଳେ ଭାରତର ବୋଲର ୟୁଜବେନ୍ଦ୍ର ଚହଲ ପଂଚମ ଓ୍ଵିକେଟ ନେଇଥିଲେ।
ଆଫଗାନିସ୍ତାନ ସ୍କୋରବୋର୍ଡ
ହଜରତୁଲ୍ଲା ଜଜାଇ: ବୋ-ସାମି, ୧୦ ରନ୍, ୨୪ ବଲ, ୧ ଚୌକା
ଗୁଲାବଦୀନ ନାଇବ: କ-ଶଙ୍କର-ବୋ-ପାଣ୍ଡ୍ୟା, ୨୭ ରନ୍, ୪୨ ବଲ, ୨ ଚୌକା
ରସମତ ଶାହା: କ-ୟୁଜବେନ୍ଦ୍ର ଚହଲ-ବୋ-ବୁମରା, ୩୬ ରନ୍, ୬୩ ବଲ, ୩ ଚୌକା
ହସମତ୍ତୁଲ୍ଲା ସାହିଦୀ: କ-ବୋ-ବୁମରା, ୨୧ ରନ୍, ୪୫ ବଲ, ୨ ଚୌକା
ଅସଘର ଆଫଗାନ୍: ବୋ-ଚହଲ, ୮ ରନ୍, ୧୯ ବଲ
ମହମ୍ମଦ ନବୀ: କ-ପାଣ୍ଡ୍ୟା-ବୋ-ସାମି ୫୨ ରନ୍, ୫୫ ବଲ, ୪ ଚୌକା, ୧ ଛକା
ନାଜିବୁଲ୍ଲା ଜରଦାନ: କ-ଚହଲ-ବୋ-ପାଣ୍ଡ୍ୟା, ୨୧ ରନ୍, ୨୩ ବଲ, ୨ ଚୌକା
ରସିଦ୍ ଖାନ୍: ଷ୍ଟ-ଧୋନି-ବୋ-ଚହଲ, ୧୪ ରନ, ୧୬ ବଲ, ୧ ଚୌକା
ଇକରାମ ଅଲି ଖିଲ: ଅପରାଜିତ ୭ ରନ୍, ୧୦ ବଲ
ଅଫତାଫ ଆଲମ: ବୋ-ସାମି, ୦ ରନ୍, ୧ ବଲ
ମୁଜିବୁର୍ ରହମାନ୍: ବୋ-ସାମି, ୧ ବଲ
ଅତିରିକ୍ତ: ୧୭ ରନ୍ (ବାଏ ୪, ଲେଗବାଏ ୪ ଓ୍ଵାଇଡ ୯)
ମୋଟ୍: ୨୧୩ ରନ୍ (୧୦ଓ୍ଵିକେଟ୍, ୪୯.୫ଓଭର)
ପ୍ରଥମ ଇନିଂସରେ ଅଧିନାୟକ ବିରାଟ କୋହଲି ଓ କେଦାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ଶନିବାର ଆଫଗାନିସ୍ତାନ ବିପକ୍ଷରେ ୨୨୪ ରନ୍ କରିଥିଲା। ଭାରତର ଇନିଂସରେ କେଦାର ଯାଦବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କେଦାର ୬୮ଟି ବଲ ଖେଳି ୫୨ ରନ୍ କରିଥିଲେ। ସେ ଦୀର୍ଘ ସମୟ ଯାଏଁ କ୍ରିଜରେ ରହିଥିବାରୁ ଭାରତ ଯଦିଓ ବିଶାଳ ସ୍କୋର କରିପାରି ନାହିଁ, ତଥାପି ସମ୍ମାନଜନକ ସ୍କୋର କରିପାରିଥିଲା।
ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାଉଥମ୍ପଟନ୍ସ୍ଥିତ ଦ ରୋଜ ବାଉଲ ଷ୍ଟାଡିୟମ୍ରେ ଭାରତ ଆରମ୍ଭରୁ ଧୀମା ଗତିରେ ବ୍ୟାଟିଂ କରିଥିଲା। ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୨୪ ରନ୍ କରିଥିଲା।
ଟିମ୍ ଇଣ୍ଡିଆ ୭ ରନ୍ରେ ଓପରନର ରୋହିତ ଶର୍ମାଙ୍କୁ ହରାଇବା ପରେ ବିରାଟ କୋହଲି ବ୍ୟାଟିଂ କରିବା ପାଇଁ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ଆରମ୍ଭରୁ ଭାରତ ରୋହିତ ଶର୍ମା (୧ ରନ୍)ଙ୍କୁ ହରାଇ ଥିଲା। ମୁଜିବ ଉର୍ ରହମାନଙ୍କ ବଲରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ଟିମ୍ ୨ୟ ଓ୍ଵିକେଟ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଲୋକେଶ ୫୩ଟି ବଲ ଖେଳି ଟିମ୍ ପାଇଁ ୩୦ ରନ୍ ଯୋଡ଼ିଥିଲେ। ସେ ଆଫଗାନିସ୍ତାନ ଅଧିନାୟକ ଗୁଲାବଦୀନ ନାବିଙ୍କ ବଲ ହଜରତୁଲ୍ଲାଙ୍କୁ କ୍ୟାଚ୍ ଦେଇ ପାଭଲିଅନ ଫେରିଥିଲେ।
ଭାରତ ୧୨୨ ରନ୍ରେ ବିଜୟ ଶଙ୍କର, ୧୩୫ ରନ୍ରେ ବିରାଟ କୋହଲି, ୧୯୨ ରନ୍ରେ ମହେନ୍ଦ୍ର ସିଂହ ଧୋନି, ୨୧୨ ରନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା, ୨୨୨ ରନ୍ରେ ମହମ୍ମଦ ସାମି ଓ ୨୨୩ ରନ୍ରେ କୁଲଦୀପ ଯାଦବଙ୍କୁ ହରାଇଥିଲା।
ଭାରତ ସ୍କୋରବୋର୍ଡ
ଲୋକେଶ ରାହୁଲ: କ-ହଜରତୁଲ୍ଲା-ବୋ-ନାବି, ୩୦ ରନ୍, ୫୩ ବଲ, ୨ ଚୌକା
ରୋହିତ ଶର୍ମା: ମୋ-ମୁଜିବୁର, ୧ ରନ୍, ୧୦ ବଲ
ବିରାଟ କୋହଲି: କ-ରସମତ-ବୋ-ନାବି, ୬୭ ରନ୍, ୬୩ ବଲ, ୫ ଚୌକା
ବିଜୟ ଶଙ୍କର: ଏଲବିଡବ୍ଲୁ-ବୋ-ରସମତ, ୨୯ ରନ୍, ୪୧ ବଲ, ୨ ଚୌକା
ମହେନ୍ଦ୍ର ସିଂହ ଧୋନି: ଷ୍ଟ-ଇକରମ-ବୋ-ରସିଦ, ୨୮ ରନ୍, ୫୨ ବଲ, ୩ ଚୌକା
କେଦାର ଯାଦବ: କ-ଜରଦାନ-ବୋ-ନାଇବ, ୫୨ ରନ୍, ୬୮ ବଲ, ୩ ଚୌକା, ୧ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: କ-ଇକରାମ-ବୋ-ଅଫତାବ, ୭ ରନ୍, ୯ ବଲ
ମହମ୍ମଦ ସାମି: ବୋ-ନାଇବ, ୧ ରନ୍, ୨ ବଲ
କୁଲଦୀପ ଯାଦବ: ଅପରାଜିତ ୧ ରନ୍, ୧ ବଲ
ଯଶପ୍ରୀତ ବୁମରା: ଅପରାଜିତ ୧ ରନ୍, ୧ ବଲ
ଅତିରିକ୍ତ: ୭ ରନ୍ (ଓ୍ଵାଇଡ ୭)
ମୋଟ: ୨୨୪ ରନ୍ (୮ଓ୍ଵିକେଟ, ୫୦ ଓଭର)