ମଂଚେଷ୍ଟର: ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ପରେ ସାଥୀ ଖେଳାଳି ଲୋକେଶ ରାହୁଲ ରବିବାର ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ବିଶ୍ୱକପ୍ର ୨୨ତମ ମ୍ୟାଚ୍ରେ ମଂଚେଷ୍ଟରସ୍ଥିତ ଓଲଡଟ୍ରାଫୋର୍ଡ ଷ୍ଟାଡିୟମ୍ରେ ରାହୁଲ ୭୧ଟି ବଲ ଖେଳି ନିଜର ଅର୍ଦ୍ଧଶତକ (୫୧ ରନ୍) ପୂରା କରିଛନ୍ତି। ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଅଛି।
Cricbuzzଚଳିତ ବିଶ୍ୱକପ୍ର ହାଇଭୋଲଟେଜ୍ ମୁକାବିଲାରେ ପାକିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଛି। ଅଳ୍ପ ସମୟ ପୂର୍ବରୁ ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୨୫ ଓଭର ଶେଷରେ ଗୋଟିଏ ଓ୍ଵିକେଟ୍ ହରାଇ ୧୪୬ ରନ୍ ପହଂଚିଛି। ରୋହିତ ଶର୍ମା (୮୧ ରନ୍) ଓ ବିରାଟ କୋହଲି କ୍ରିଜ୍ରେ ଅଛନ୍ତି। ପାକିସ୍ତାନର ବହାବ ରିୟାଜଙ୍କ ବଲ ବାବର ଆଜମଙ୍କୁ କ୍ୟାଚ୍ ଦେଇ ରାହୁଲ (୫୭ ରନ୍) ପାଭଲିୟନ୍କୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Rahul.jpg)