ବିଶ୍ୱକପ୍‌: ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟ ନେଇ ଦୁଃଖୀ ଥିଲେ ପାକିସ୍ତାନୀ କୋଚ୍‌ ଆର୍ଥର

ଲଣ୍ଡନ: ପାକିସ୍ତାନର ମୁଖ୍ୟ କୋଚ୍‌ ମିକି ଆର୍ଥର କହିଛନ୍ତି, ସେ ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟକୁ ନେଇ ବହୁତ ଦୁଃଖୀ ଥିଲେ। ଇଂଲଣ୍ଡ ଜୁନ ୩୦ରେ ଭାରତକୁ ୩୧ ରନରେ ପରାସ୍ତ କରି ସେମିଫାଇନାଲରେ ପହଂଚିବା ଆଶାକୁ ଉଦ୍‌ଜୀବିତ କରିଥିଲା। ଆର୍ଥର ମଙ୍ଗଳବାର କହିଛନ୍ତି, ଭାରତ କେମିତି ଖେଳିବ, ତାକୁ ଆମେ ନିୟନ୍ତ୍ରିତ କରିପାରିବା ନାହିଁ। ମୁଁ ଧ୍ୟାନର ସହିତ ମ୍ୟାଚ୍‌ ଦେଖୁଥିଲି ଏବଂ ଯେତେବେଳେ ଭାରତ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଯାଇଥିଲା ମନ ଦୁଃଖ କରିଥିଲି। କାରଣ ଭାରତ ମ୍ୟାଚ୍‌ ଜିତିଥିଲେ ଆପ ପାଇଁ ଭଲ ରାସ୍ତା ମିଳିବାର ଆଶା ଥିଲା।

ଆର୍ଥର କହିଛନ୍ତି, ଏବେ ଆମର ଭାଗ୍ୟ ଶୁକ୍ରବାର ନିର୍ଦ୍ଧାରଣ ହେବ। ସେ କହିଛନ୍ତି, ଯଦି ଇଂଲଣ୍ଡ ବିପକ୍ଷରେ ଭାରତ ମ୍ୟାଚ୍‌ ଜିତିଥାନ୍ତା ପାକିସ୍ତାନକୁ ଗୋଟିଏ ବିଜୟ ସେମିଫାଇନାକୁ ପହଂଚାଇ ପାରିଥାନ୍ତା। ଏବେ ପାକିସ୍ତାନ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରୁଛି।

ମୁଁ ଆଶା କରୁଛି ଯେ, ନ୍ୟୁଜିଲାଣ୍ଡ ଆମର କାମ କରିଦିଅନ୍ତୁ। ଯଦି ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଜିତୁ ନାହିଁ, ତାହେଲେ ଇଂଲଣ୍ଡ ବଡ଼ ବ୍ୟବଧାନରେ ମ୍ୟାଚ୍‌ ବିଜୟୀ ହେଉ। ପରେ ପୁଣି ଆମେ ଦେଖିବା ଯେ, ନିଜର ରନ୍‌ ହାର କ’ଣ ରହୁଛି।

ସମ୍ବନ୍ଧିତ ଖବର