ଲିଡସ୍: ଆଇସିସି (ଆଇସିସି) ବିଶ୍ୱକପ୍ର ୩୬ତମ ମ୍ୟାଚ୍ରେ ଶନିବାର ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନକୁ ପାକିସ୍ତାନ ପରାସ୍ତ କରିଛି। ଶେଷ ଓଭରରେ ପାକିସ୍ତାନକୁ ୬ ରନ୍ ଦରକାର ଥିବା ବେଳେ ଟିମ୍ ୨ଟି ବଲ ବାକି ଥାଇ ବିଜୟ ଲାଭ କରିଛି। ପାକିସ୍ତାନ ୪୯.୪ ଓଭରରେ ୨୩୦ ରନ୍ କରିଛି। ଆଫଗାନିସ୍ତାନ ବିଜୟ ପାଇଁ ବହୁ ସଘର୍ଷ କରିଥିଲେ ବି ବ୍ୟବସ୍ଥିତ ଫିଲ୍ଡି କରି ନଥିବାରୁ ମ୍ୟାଚ୍ ହାରିଛି।
ପାକିସ୍ତାନ ପାଇଁ ଇମାଦ ଓ୍ଵାସିମ ସର୍ବାଧିକ ୪୯ ରନ (ଅପରାଜିତ) କରିଥିଲେ। ବାବର ଆଜମ ୪୫ ରନ୍, ଇମାମ-ଉଲ-ହକ ୩୬ ରନ, ହରିସ ସୋହିଲ ୨୭ ରନ, ସରଫରାଜ ଅହମଦ ୧୮ ରନ, ବହାବ ରିଆଜ ଅପରାଜିତ ୧୫ ରନ କରିଥିଲେ। ପାକିସ୍ତାନ ଶେଷ ୫ ଓଭରରେ ବିଜୟ ପାଇଁ ସଂଘର୍ଷ କରିଥିଲେ ମଧ୍ୟ ଭଲ ବ୍ୟାଟିଂ କରିଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ୪୫ ଓଭର ଯାଏଁ ଭଲ ବୋଲିଂ ଓ ଫିଲ୍ଡି କରିଥିଲେ ମଧ୍ୟ ଶେଷ ୫ ଓଭର ଖରାପ ପ୍ରଦର୍ଶନ କରିଥିଲା।
/sambad/media/post_attachments/wp-content/uploads/2019/06/pak1.jpg)
ପ୍ରଥମ ଇନିଂସରେ ଆଫଗାନିସ୍ତାନକୁ ପାକିସ୍ତାନ ୨୨୭ ରନ୍ରେ ଅଟକାଇଥିଲା। ସାହିନ ଆଫ୍ରିଦୀ ୧୦ ଓଭର ବୋଲିଂ କରି ୪୭ ରନ୍ ଦେଇଥିଲା। ଆଫ୍ରିଦୀ ଆଫଗାନିସ୍ତାନର ୪ ଜଣ ବ୍ୟାଟସ୍ମ୍ୟାନଙ୍କୁ ଆଉଟ୍ କରିଥିଲା। ଇମାଦ୍ ଓ୍ଵାସିମ୍ ଓ ବହାବ ରିୟାଜଙ୍କୁ ୨-୨ ଓ୍ଵିକେଟ୍ ମିଳିଥିବା ବେଳେ ସାଦବ ଖାନଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା। ଲିଡସ୍ରେ ଟସ୍ ଜିଣି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵକେଟ୍ ହରାଇ ୨୨୭ ରନ୍ କରିବା ପରେ ପାକିସ୍ତାନକୁ ୨୨୮ ରନ୍ ଟାର୍ଗେଟ ମିଳିଥିଲା।
ଆଫଗାନିସ୍ତାନ ପାଇଁ ଅସଘର ଆଫଗାନ ଓ ନାଜିବୁଲ୍ଲା ଜରର୍ଦାନ ସର୍ବାଧିକ ୪୨-୪୨ ରନ କରିଥିଲେ। ଓପନର ରସମତ ଶାହା ୩୫ ରନ, ଅଧିନାୟକ ଗୁଲାବଦୀନ ନାଇବ ୧୫ ରନ, ଇକରମ ଅଲି ୨୪ ରନ, ମହମ୍ମଦ ନାବି ୧୬ ରନ , ସାମିଉଲ୍ଲା ସିନଓ୍ଵାରୀ ଅପରାଜିତ ୧୯ ରନ କରିଥିଲେ।
ଆଫଗାନିସ୍ତାନକୁ ୨୭ ରନ୍ରେ ପ୍ରଥମ ଓ ଦ୍ୱିତୀୟ ଝଟକା ଲାଗିଥିଲା। ସ୍କୋର ୫୭ ରନ୍ରେ ୩ୟ, ୧୨୧ ରନ୍ରେ ୪ର୍ଥ ଓ ୧୨୫ ରନ୍ରେ ୫ମ ଓ୍ଵିକେଟ ପଡ଼ିଥିଲା। ପାକିସ୍ତାନର ୬ଷ୍ଠ ଶିକାର ହୋଇଥିଲେ ମହମ୍ମଦ ନାବି। ସ୍କୋର ୨୦୨ ରନ୍ରେ ନାଜିବୁଲା, ୨୦୧ ରନ୍ରେ ରସିଦ ଖାନ ଓ ୨୦୧୯ ରନ୍ରେ ହମିଦ ହାସନ ଆଉଟ୍ ହୋଇଥିଲେ।