ସାଉଥମ୍ପଟନ୍: ମାନସିକ ଚାପ ନେଇ ଦକ୍ଷିଣ ଆଫ୍ରିକା ବୁଧବାର ନିଜର ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ଦକ୍ଷିଣ ଆଫ୍ରିକା ୩୮ ଓଭରରେ ୭ ଓ୍ଵିକେଟ ହରାଇ ସ୍କୋର ୧୭୪ ରନ୍ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ନିଜର ତୃତୀୟ ମ୍ୟାଚରେ ଭାରତକୁ ଭେଟିଛି। ସାଉଥମ୍ପଟନ୍ର ଦ ରୋଜ୍ ବୋଉଲ୍ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଦକ୍ଷିଣ ଆଫ୍ରିକା ସ୍କୋରବୋର୍ଡ
ହାସିମ୍ ଆମଲା: କ-ରୋହିତ-ବୋ- ବୁମରା, ୬ ରନ୍, ୯ ବଲ, ୧ ଚୌକା
କ୍ୱିଣ୍ଟନ ଡି କକ୍: କ-କୋହଲି-ବୋ-ବୁମରା, ୧୦ ରନ୍, ୧୭ ବଲ, ୧ ଚୌକା
ଫାପ୍ ଡୁ ପ୍ଲେସିସ: ବୋ-ଚହଲ, ୩୮ ରନ୍, ୫୪ ବଲ, ୪ ଚୌକା
ରସସାଇ ଭାନ ଡର ଦୁସେନ: ବୋ-ଚହଲ, ୨୨ ରନ୍, ୩୭ ବଲ, ୧ ଚୌକା
ଡାଭିଡ ମିଲର: କ-ବୋ-ଚହଲ, ୩୧ ରନ୍, ୪୦ ବଲ, ୧ ଚୌକା
ଜେପି ଡୁମିନି: ଏଲବିଡବ୍ଲ-କୁଲଦୀପ ଯାଦବ, ୩ ରନ୍, ୧୧ ବଲ
ଆଣ୍ଡିଲେ ଫେଲୁକଓ୍ଵାଓ: ଷ୍ଟମ୍ପି-ଧୋନି-ବୋ-ଚହଲ, ୩୪ ରନ୍, ୬୧ ବଲ, ୨ ଚୌକା, ୧ ଛକା
କ୍ରିସ ମୋରିସ: ବ୍ୟାଟିଂ ଜାରି ୪ ରନ୍
କାଗିସୋ ରାବାଡା: ବ୍ୟାଟିଂ ଜାରି