ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ୱକପ୍ର ୧୪ ତମ ମ୍ୟାଚ୍ରେ ରବିବାର ଅଧିନାୟକ ବିରାଟ କୋହଲି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। କୋହଲି ୫୫ଟି ବଲ ଖେଳି ଏହି ସ୍କୋର କରିଛନ୍ତି। ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ମ୍ୟାଚ୍ ଜାରି ଥିବା ବେଳେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା ଆଜି ଅର୍ଦ୍ଧଶତକ ଓ ଶିଖର ଧାଓ୍ଵନ ଶତକ ହାସଲ କରିଥିଲେ।
ଶିଖର ଧାଓ୍ଵାନ ପୁଣି ଥରେ ଫର୍ମକୁ ଫେରିଛନ୍ତି। ବାମହାତୀ ବ୍ୟାଟସ୍ମ୍ୟାନ ଅନେକ ଦିନରୁ ଏହି ସୁଯୋଗ ଖୋଜୁଥିବା ବେଳେ ଆଜି ଅଚାନକ ତାହା ପାଇଛନ୍ତି। ବିଶ୍ୱକପ-୨୦୧୯ ପାଇଁ ଆୟୋଜିତ ପ୍ରଥମ ୨ଟି ଅଭ୍ୟାସ ମ୍ୟାଚ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ରେ ଧାଓ୍ଵନ୍ ଭଲ ସ୍କୋର କରିିଛନ୍ତି।
ଶିଖର ଧାଓ୍ଵନ ରବିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ (୧୧୭ ରନ, ୧୦୯ ବଲ, ୧୬ ଚୌକା) ହାସଲ କରିଛନ୍ତି। ରୋହିତ ଶର୍ମା ୭୦ଟି ବଲ ଖେଳି ୫୭ ରନ୍ କରିଥିଲେ। ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୪୧ ଓଭରରେ ୨ ଓ୍ଵିକେଟ ହରାଇ ୨୪୬ ରନ୍ରେ ପହଂଚିଛି। କୋହଲିଙ୍କ ସାଥୀରେ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/5-Virat-Kohli-celebrates-after-completing-his-century.jpg)