ବିଶ୍ୱକପ୍‌: ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜକୁ ଜିତିବାକୁ ହେବ ମ୍ୟାଚ୍‌

ମଂଚେଷ୍ଟର: ପ୍ରଥମ ବିଶ୍ୱକପ୍‌ ବିଜେତା ୱେଷ୍ଟଇଣ୍ଡିଜ ଟିମ୍‌ ଶନିବାର ମଂଚେଷ୍ଟରସ୍ଥିତ ଓଲଡ୍‌ ଟାଫ୍ରେଡ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିଛି। ଆଇସିସିର ଚଳିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ ହାରି ନାହିଁ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜର ବ୍ୟାଟସ୍‌ମ୍ୟାନ ଚଳିତ ସଂସ୍କରଣରେ ଟି-୨୦ ଭଳି ପ୍ରଦର୍ଶନ କରୁଛନ୍ତି। ସାଇ ହୋପ୍‌ଙ୍କ ବ୍ୟତୀତ ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ ମାନେ ଅଧିକ ସମୟ କ୍ରିଜ୍‌ରେ ରହିପାରୁ ନାହାନ୍ତି।

ଟସ୍‌ ଜିଣି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି, ନ୍ୟୁଜିଲାଣ୍ଡ କରିବ ବ୍ୟାଟିଂ

ବିଶ୍ୱକପ୍‌ ୨୦୧୯ର ୨୯ ତମ ମ୍ୟାଚ୍‌ରେ ଟସ୍‌ ଜିଣି ୱେଷ୍ଟଇଣ୍ଡିଜ ବୋଲିଂ ନିଷ୍ପତ୍ତି ନେଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରୁଛି।

ଜସନ୍‌ ହୋଲଡରଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ମୁକାବିଲାରେ ପାକିସ୍ତାନକୁ ୭ ଓ୍ଵିକେଟରେ ପରାସ୍ତ କରିଥିଲା। ମାତ୍ର ଏହାପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ବାଲାଂଦେଶ ବିପକ୍ଷରେ ନିଜେ ପରାସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇଥିଲା।

ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ ଗେଲ ଏଯାଏଁ ଶାନ୍ତିରେ ଅଛନ୍ତି ଏବଂ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି। ଇଭିନ ଲୁଇସ, ସିମରନ୍‌ ହେଟମେୟର ଓ ଜସନ ହୋଲଡର ଯଦିଓ ରନ୍‌ କରୁଛନ୍ତି ବୋଲିଂ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର