ବର୍ମିଂହାମ୍: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ବିଶ୍ୱକପ୍ର ଅନ୍ୟତମ ଲିଗ ମ୍ୟାଚ୍ରେ ବୁଧବାର ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଟିମ୍ ୩୩ ଓଭରରେ ୫ଟି ଓ୍ଵିକେଟ ହରାଇ ୧୪୪ ରନ୍ କରିଛି।
ନ୍ୟୁଜିଲାଣ୍ଡ ଓପନର କୋଲିନ ମୁନରୋ ୫ଟି ବଲ ଖେଳି ୯ ରନ କରିବା ପରେ କାଗିସୋ ରାବଡାଙ୍କ ବଲରେ ଆଉଟ ହୋଇଥିଲେ। ଟିମ୍ ୨.୧ ଓଭରରେ ସ୍କୋର ୧୨ ରନ୍ରେ ପ୍ରଥମ ଓ୍ଵିକେଟ ଭାବେ ମୁନରୋଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟ୍ରେ ମାର୍ଟିନ ଗୁପଟିଲ ଓ ଅଧିନାୟକ କେନ୍ ଓ୍ଵିଲିୟମସନ୍ ୬୦ ରନ୍ ଯୋଡ଼ିଥିଲେ। ଗୁପଟିଲ ୫୯ଟି ବଲ ୩୫ ରନ୍ ଯୋଡ଼ିବା ପରେ ଫେଲୁକଓ୍ଵାଓଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ୩ୟ ଶିକାର ରସ ଟେଲର (୧ ରନ୍, ୨ ବଲ) ହୋଇଥିଲେ। ସେ କ୍ରିସ୍ ମୋରିଙ୍କ ବଲ କ୍ୱିଣ୍ଟନ ଡିକକଙ୍କୁ କ୍ୟାଚ ଦେଇଥିଲେ। ସମାନ ପ୍ରକାରର ଆଉଟ୍ ହୋଇ ଟମ୍ ଲାଥମ। ନ୍ୟୁଜିଲାଣ୍ଡ ୭୪ ରନ୍ରେ ଟେଲର ଓ ୮୦ ରନ୍ରେ ଲାଥମଙ୍କୁ ହରାଇଥିଲା।
ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୪୧ ରନ୍ କରିଥିଲା। ନ୍ୟୁଜିଲାଣ୍ଡର ପ୍ରଭାବଶାଳୀ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଏକ ମଜବୁତ ସ୍କୋର କରିପାରି ନ ଥିଲା। ଲକି ଫରଗୁସନ୍ ୧୦ ଓଭର ବୋଲିଂ କରି ୩ଟି ଓ୍ଵିକେଟ ନେଇଥିଲେ।
ବର୍ମିଂହାମ୍ର ଆଜବେଷ୍ଟନ୍ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା। ଟିମ୍ ଆରମ୍ଭରୁ ମନ୍ଥର ଗତିରେ ଖେଳି ଥିଲେ ମଧ୍ୟ ପରେ ରନ୍ ହାର ବଢ଼ାଇ ଥିଲା। ହାସିମ୍ ଆମଲାଙ୍କ ଅର୍ଦ୍ଧଶତକ ପରେ ମଧ୍ୟକ୍ରମର ବ୍ୟାଟସ୍ମାନେ ଏକ ପ୍ରକାରର ଭଲ ବ୍ୟାଟିଂ କରିଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୯ ଓଭରରେ ୬ ଓ୍ଵିକେଟ୍ ହରାଇ ୨୪୧ ରନ୍ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ୨୪୨ରନ୍ ଟାର୍ଗେଟ୍ ମିଳିଛି। ପୂର୍ବରୁ ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୋଟ୍ ଓଭର ସଂଖ୍ୟା ୪୯କୁ ହ୍ରାସ କରି ଦିଆଯାଇଥିଲା।
ଦକ୍ଷିଣ ଆଫ୍ରିକା ସ୍କୋରବୋର୍ଡ
କ୍ୱିଣ୍ଟନ ଡି କକ୍: ବୋ- ଟ୍ରେଣ୍ଟ ବୋଲଟ୍, ୫ ରନ୍, ୮ ବଲ, ୧ ଚୌକା
ହାସିମ୍ ଆମଲା: ବୋ-ସଣ୍ଟନର, ୫୫ ରନ୍, ୮୩ ବଲ, ୪ ଚୌକା
ଫାପ୍ ଡୁ ପ୍ଲେସିସ୍: ବୋ-ଲକି ଫରଗୁସନ୍, ୨୩ ରନ, ୩୫ ବଲ, ୪ ଚୌକା
ଆଇଡେନ୍ ମାର୍କମ: କ-ମୁନ୍ରୋ, ବୋ-ଗ୍ରାଣ୍ଡହୋମ୍, ୩୮ ରନ୍, ୫୫ ବଲ, ୪ ଚୌକା
ରାସିସ ଭାନ୍ ଡର ଦୁସେନ୍: ଅପରାଜିତ ୬୭ ରନ, ୬୪ ବଲ, ୨ ଚୌକା, ୩ ଛକା
ଡେଭିଡ ମିଲର: କ-ବୋଲଟ-ବୋ-ଫରଗୁସନ, ୩୬ ରନ, ୩୭ ବଲ, ୨ ଚୌକା, ୧ ଛକା
ଆଣ୍ଡିଲେ ଫେଲୁକଓ୍ଵାଓ: କ-ଓ୍ଵିଲିୟମସନ୍-ବୋ-ଫରଗୁସନ, ୦ ରନ, ୫ ବଲ
କ୍ରିସ୍ ମୋରିସ୍: ଅପରାଜିତ ୬ ରନ, ୭ ବଲ, ୧ ଚୌକା
ଅତିରିକ୍ତ: ୧୧ ରନ୍ (ଲେଗ୍ବାଏ ୭, ଓ୍ଵାଇଡ ୪)
ମୋଟ୍: ୨୪୧ ରନ୍ (୬ଓ୍ଵିକେଟ, ୪୯ ଓଭର)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/cricket.jpg)