କୋହଲିଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ପାଇଁ ବି ଅଷ୍ଟ୍ରେଲିଆ କରିଛି ଯୋଜନା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଯଦିଓ ଚର୍ଚ୍ଚା ଚାଲିଛି ତଥାପି ଅଷ୍ଟ୍ରେଲିଆର ବୋଲରମାନେ ସ୍ୱତନ୍ତ୍ର ଭାବନେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଅଷ୍ଟ୍ରେଲିଆର ବୋଲର ମିସେଲ ମାର୍ଶ କହିଛନ୍ତି, ତାଙ୍କ ସାଥୀ ଖେଳାଳିମାନେ ଭାରତ ବିରୋଧରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି।

୪ ମ୍ୟାଚର ଟେଷ୍ଟ ଶୃଙ୍ଖଳା ଗୁରୁବାର ଠାରୁ ଆଡିଲେଡରେ ଆରମ୍ଭ ହେବ। ମାର୍ଶ କହିଛନ୍ତି, ତାଙ୍କର ବୋଲରମାନେ ରଣନୀତି ପ୍ରସ୍ତୁତ କରିଛନ୍ତି ଓ ଏଥିରେ ସଫଳତା ପାଇବା ପାଇଁ ସେମାନେ ଉଦ୍ୟମ କରିବେ। ସେ କହିଛନ୍ତି, ଆମ୍ଭମାନଙ୍କୁ ଜଣା ଅଛି ଯେ, ବିରାଟ କୋହଲି ଜଣେ ଶ୍ରେଷ୍ଠ ଖେଳାଳି। ଏଥି ପାଇଁ ଆମେ ପ୍ରସ୍ତୁତ କରିଛୁ ଏବଂ ଆଶା କରୁଛୁ ଯେ, ଏହି ଲକ୍ଷ୍ୟ ଆମର ପୂରା ହେବ। ଯଦି କେହି ପ୍ରଶଂସକ ଭାବୁଥିବେ ଯେ, ଆମେ ଅନ୍ୟ ଭାରତୀୟଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିନାହୁଁ, ତାହା ଭାବିବା ଭୁଲ।

ମାର୍ଶ କହିଛନ୍ତି ଯେ, ଅଷ୍ଟ୍ରେଲିଆର ବ୍ୟାଟିଂ କ୍ରମରେ ଅଭିଜ୍ଞତା ସଂପନ୍ନ ଖେଳାଳି ବହୁତ କମ୍‌ ଅଛନ୍ତି। ଏଥିରେ କିଛି ନୂଆ ଖେଳାଳି ଅଛନ୍ତି। ଏଥି ପାଇଁ ଶୃଙ୍ଖଳା ଜିତିବା ସୁବର୍ଣ୍ଣ ସୁଯୋଗ କିନ୍ତୁ ଆୟୋଜକ ଟିମ ଦୁର୍ବଳ ନୁହଁନ୍ତି।

ଭାରତୀୟ ସ୍ପିନରଙ୍କ ବାବଦରେ ଉପ-ଅଧିନାୟକ ମାର୍ଶ କହିଛନ୍ତି, ଆମକୁ ଜଣା ଅଛି ଯେ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା ଏବଂ କୁଲଦୀପ ଯାଦବ ଭଲ ସ୍ପିନର ଅଟନ୍ତି।

ସମ୍ବନ୍ଧିତ ଖବର