ଆମେ ଜାଣୁ ଜୈବ ବଳୟ ବାହାରେ ଭୟଙ୍କର ପରିବେଶ ରହିଛି: ମୋର୍ଗାନ

ଅହମଦାବାଦ: ‌କୋଲ୍‌କାତା ନାଇଟ୍‌ ‌ରାଇଡର୍ସ ଅଧିନାୟକ ଇଅନ୍‌ ମୋର୍ଗାନ୍‌ଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବେଶ ସମ୍ମାନ ରହିଛି। ସେ ବିଶ୍ବବାସୀଙ୍କ ପାଇଁ କରୋନା ମହାମାରୀ ଲାଗି ସଚେତନତା ବାର୍ତ୍ତା ଦେଇଛନ୍ତି। ‘‘ସଂପ୍ରତି ଆମେ ଜୈବ ବଳୟ ମଧ୍ୟରେ ରହି ଖେଳୁଛୁ। ତେଣୁ ସୁରକ୍ଷିତ ଅଛୁ। ଏହାର ବାହାରେ ଭୟଙ୍କର ପରିବେଶ ରହିଛି ବୋଲି ଆମେ ଜାଣୁ। ‌ଏଥିଲାଗି ଖେଳାଳିମାନେ ସଚେତନ ଅଛନ୍ତି’’ ବୋଲି ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ବିଜୟ ପରେ ମୋର୍ଗାନ କହିଛନ୍ତି। ଏହି ମହାମାରୀ କେବଳ ଭାରତ ନୁହେଁ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିଛି। ଏହାକୁ ହରାଇବାକୁ ହେଲେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ଆପଣମାନେ ବାହାରକୁ ବହାରିଲା ବେଳେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ। ଆମେ କଷ୍ଟକର ସମୟ ଦେଇ ଗତି କରୁଛେ। କୋଲ୍‌କାତା ନାଇଟ୍‌ ରାଇଡର୍ସ ପକ୍ଷରୁ ମୁଁ ସମସ୍ତଙ୍କ ସୁସ୍ଥତା କାମନା କରୁଛି। ସମସ୍ତେ ଏକାଠି ହେଲେ ଏହି ମହାମାରୀକୁ ହରାଇ ପାରିବା ବୋଲି ମୋର୍ଗାନ କହିଛନ୍ତି।

ସମ୍ବନ୍ଧିତ ଖବର