ଆମକୁ କୋହଲିଙ୍କ ଭଳି ଆକ୍ରମଣାତ୍ମକ ଅଧିନାୟକ ଦରକାର: ମଦନ ଲାଲ

36

ନୂଆଦିଲ୍ଲୀ: ମୁଁ ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପସନ୍ଦ କରେ। ଏହାକୁ ମନଭରି ଉପଭୋଗ କରେ। ମୁଁ ବୁଝି ପାରୁନି ଲୋକମାନେ ତାଙ୍କୁ କାହିଁକି ସବୁବେଳେ ଶାନ୍ତ ପଡ଼ିଯିବାକୁ ପରାମର୍ଶ ଦେଉଛନ୍ତି। ବରଂ ଆମକୁ ତାଙ୍କ ଭଳି ଜଣେ ଅଧିନାୟକଙ୍କର ନିହାତି ଆବଶ୍ୟକତା ରହିଛି। ପୂର୍ବରୁ କୁହାଯାଉଥିଲା ଯେ ଭାରତୀୟ ମାନେ ଆକ୍ରାମକ ନୁହନ୍ତି। ଏବେ କୋହଲି କାହିଁକି ଏତେ ଉଗ୍ର ବୋଲି ପ୍ରଶ୍ନ କରୁଛନ୍ତି। ଏକଥାକୁ ମୁଁ ଆଦୌ ବୁଝି ପାରୁ ନାହିଁ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ତଥା କ୍ରିକେଟ୍ ପରାମର୍ଶଦାତା ସମିତିର ଅନ୍ୟତମ ସଦସ୍ୟ ମଦନ ଲାଲ ଏହା କହିଛନ୍ତି। ନ୍ୟୁଜିଲାଣ୍ଡରେ କୋହଲି ଖରାପ ପ୍ରଦର୍ଶନ କରିବା ନେଇ ସେ କହିଛନ୍ତି ଯେ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ତାଙ୍କ ଆତ୍ମବିଶ୍ବାସ ଟିକିଏ କମି ଯାଇପାରେ। ହେଲେ କୋହଲି ଏବେବି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଗୋଟିଏ ବଡ଼ ପାଳି ପରେ ସେ ପୁଣି ଥରେ ଫର୍ମ ଫେରି ପାଇବେ।

ସମ୍ବନ୍ଧିତ ଖବର