ଅଲିମ୍ପିକ୍ ଦିବସରେ ୱେବିନାର

ଭୁବନେଶ୍ବର: ଅଲିମ୍ପିକ୍ସ ଦିବସ ଉପଲକ୍ଷେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ନାଭାଲ ଟାଟା ହକି ଏକାଡେମି ଓଡ଼ିଶା‌ର ମିଳିତ ସହଯୋଗରେ ମଙ୍ଗଳବାର ଏକ ୱେବିନାର ବା ଅନଲାଇନ କ୍ରୀଡ଼ା ସମ୍ମଳିନୀ ଆୟୋଜିତ ହୋଇଥିଲା। ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିବା ଏହି ୱେବିନାରର ପ୍ରଥମ ଅଧିବେଶନର ଶୀର୍ଷକ ଥିଲା ‘ମୋମେଣ୍ଟମ୍ ଟୁୱାର୍ଡସ ପୋଷ୍ଟ କୋଭିଡ-୧୯ ଅଲିମ୍ପିକ୍ସ’। ସେହିଭଳି ଦ୍ବିତୀୟ ଅଧିବେଶନର ଶୀର୍ଷକ ଥିଲା ‘ଇମ୍ପୋଣ୍ଟାଣ୍ଟ୍ସ ଅଫ୍ ପେନାଲ୍ଟି କର୍ନର୍ସ ଆଣ୍ଡ ଡ୍ରାଗ୍ ଫ୍ଲିକ୍ସ ଇନ୍ ମଡର୍ନ ହକି’। ଏଥିରେ ଅନ୍ତର୍ଜାତୀୟ ହକି ମହାସଂଘ ତଥା ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ନରିନ୍ଦର ବାତ୍ରା, ଟେନିସ୍ କିଂବଦନ୍ତି ଲିଆଣ୍ଡର ପେସ୍, ଅଲିମ୍ପିକ୍ସରେ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଥିବା ଏକମାତ୍ର ଭାରତୀୟ ଅଭିନବ ବିନ୍ଦ୍ରା, ଟାଟା ଷ୍ଟିଲ ଉପସଭାପତି ଚାଣକ୍ୟ ଚୌଧୁରୀ, ପଦ୍ମଶ୍ରୀ ଦିଲୀପ ତିର୍କି, ନେଦରଲାଣ୍ଡ୍ସର ହକି କିଂବଦନ୍ତି ଫ୍ଲୋ‌ରିସ୍ ବୋଭେଲାଣ୍ଡର, ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ, ଅଲିମ୍ପିଆନ୍ ଅଞ୍ଜୁ ବବି ଜର୍ଜ, ଭାରତୀୟ ମହିଳା ହକି ତାରକା ମୋନିକା ମଲ୍ଲିକ, ଅନ୍ତର୍ଜାତୀୟ ହକି ଖେଳାଳି ପିଆର ଶ୍ରୀ‌ଜେସ, ହରମନପ୍ରୀତ ସିଂହ ଓ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର