ନୂଆଦିଲ୍ଲୀ: ଭାରତ୍ତୋଳକ ଜେରିମି ଲାରିନୁଙ୍ଗା ଦେଶ ପାଇଁ ଗୌରବ ଆଣିଛନ୍ତି। ଆର୍ଜେଣ୍ଟିନାର ବୁଏନ୍ସଆୟରିସ୍ରେ ଅନୁଷ୍ଠିତ ତୃତୀୟ ଯୁବ ଅଲମ୍ପିକ୍ସରେ ଲାରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ବଳରେ ସେ ଯୁବ ଅଲମ୍ପିକ୍ସରେ ଦେଶ ଲାଗି ସର୍ବପ୍ରଥମ ସ୍ୱର୍ଣ୍ଣ ହାସଲ କରିଛନ୍ତି।
୬୨ କିଲୋ ପୁରୁଷ ଭାରତ୍ତୋଳକ ବର୍ଗରେ ୧୫ ବର୍ଷିୟ ଜେରିମି ଲାରିନୁଙ୍ଗା ଏହି ସ୍ୱର୍ଣ୍ଣ ଜିଣିଛନ୍ତି। ସେ ସଫଳତାର ସହ ଜର୍କରେ ୧୨୦ କିଲୋ ଏବଂ ୧୨୪ କିଲୋ ଏବଂ ସ୍ନାଚରେ ୧୪୨ କିଲୋ ଏବଂ ୧୫୦ କିଲୋ ଉଠାଇ ତୁର୍କୀର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଏଯାବତ୍ ଯୁବ ଅଲମ୍ପିକ୍ସରେ ଭାରତୀୟ ଦଳ ଗୋଟିଏ ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ହାସଲ କରିଛି । ତିନିଟି ରୌପ୍ୟ ଭାରତକୁ ବନ୍ଧୁକ ଚାଳନାରେ ମିଳିଛି। ତୁଷାର ମାନେ, ମେହୁଲୀ ଘୋଷ ଏବଂ ତବାକି ଦେବୀ ଏହି ତିନିଟି ରୌପ୍ୟ ଲାଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/726469-gold.jpg)