କୁଲଦୀପଙ୍କୁ ଭାରୋତ୍ତୋଳନ ସ୍ବର୍ଣ୍ଣ

ବ୍ରହ୍ମପୁର: ହରିୟାଣାର ପଞ୍ଚକୁଲାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ପ୍ରତିଯୋଗିତାର ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି ଓଡ଼ିଶାର କୁଲଦୀପ ସାହୁ। ସେ ୭୩ କେଜି ବର୍ଗରେ ମୋଟ ୨୬୯ (୧୧୯ କେଜି ସ୍ନାଚ୍‌, ୧୫୦ କେଜି କ୍ଲିନ୍ ଆଣ୍ଡ ଜର୍କ) କେଜି ଭାରୋତ୍ତୋଳନ କରି ଏହି ସଫଳତା ହାସଲ କରିଛନ୍ତି। କୁଲଦୀପଙ୍କ ଘର ପୁରୁଣା ବ୍ରହ୍ମପୁରରେ ହୋଇଥିବା ବେଳେ ସେ ବୀର ହନୁମାନ କ୍ଲବ୍‌ରେ ଅଭ୍ୟାସରତ ଥିଲେ।

ଓଡ଼ିଶା ଦଳରେ କିସ୍‌ରୁ ୨୧
ଭୁବନେଶ୍ବର: ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଓଡ଼ିଶା ଦଳରେ କିସ୍‌ରୁ ୨୧ ଜଣ ରହିଛନ୍ତି। ଏଥିରେ ଜଣେ ‌ପ୍ରଶିକ୍ଷକ କନ୍ଦନ ମୁର୍ମୁ (‌ଜୁଡ଼ୋ)ଙ୍କ ସହ ୨୦ (୮ ବାଳକ, ୧୨ ବାଳିକା) ଖେଳାଳି ରହିଛନ୍ତି। ଦୌଡ଼କୁଦରେ ଲାଲୁ ପ୍ରସାଦ ଭୋଇ, ସାଇକ୍ଲିଂରେ ରୋହିତ ହେମ୍ବ୍ରମ, ଫୁଟ୍‌ବଲ୍‌ରେ ଜେମା ସୟ, ଖୋଖୋରେ ଅର୍ଜୁନ ସିଂହ, କରନ ମାର୍ଣ୍ଡି, ଦିଲୀପ ସବର, ସଞ୍ଜିତ ଚାଟୋମ୍ବା, କାଦମ୍ବନୀ ମାଝି, ଅର୍ଚ୍ଚନା ମାଝି, ଶୁଭଶ୍ରୀ ସିଂହ, ମଗାଇ ମାଝି, ଜୁଡ଼ୋରେ ଶଙ୍କର ମାଝି, ସୁଲେନ୍ଦ୍ରୀ ଚାଲାନ, ଗାୟତ୍ରୀ ସବର, ଭାରୋତ୍ତୋଳନରେ ଜ୍ୟୋତ୍ସ୍ନା ସବର, ଲଳିତା ଭତ୍ରା, ମମିତା ମଲ୍ଲିକ, ମିନା ସନ୍ତା, ମିନା ସନ୍ତା ଓ ସଦାନନ୍ଦ ବରିହା ସ୍ଥାନ ପାଇଛନ୍ତି।।

ସମ୍ବନ୍ଧିତ ଖବର