ଆଜାମ୍‌ଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକର୍ତା ଏବଂ ପାଲେମବାଙ୍ଗ୍‌ରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ସାମିଲ ହୋଇଥିବା ଓଡ଼ିଶା ସଫ୍‌ଟ ଟେନିସ୍‌ ସଂଘ ସମ୍ପାଦକ ମହମ୍ମଦ ଆଜାମଙ୍କୁ ବିଦାୟ ସମ୍ବର୍ଧନା ପ୍ରଦାନ କରାଯାଇଛି। ବିମାନବନ୍ଦରରେ ଆଜାମଙ୍କୁ ଭାରତୀୟ ଟେନିସ୍‌ କ୍ରିକେଟ୍‌ ସଂଘର ବୈଷୟିକ ଅଧ୍ୟକ୍ଷ ରିଣ୍ଟୁ ମିତ୍ରଙ୍କ ସହିତ ରାଜ୍ୟ ସଫ୍‌ଟଟେନିସ୍‌ ସଂଘ ସଭାପତି ବିକାଶ ପଟ୍ଟନାୟକ, ମନୋରଂଜନ ମହାନ୍ତି, ଦିଲୀପ କୁମାର ମହାନ୍ତି, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା, କ୍ରୀଡ଼ା ସଂଗଠକ ନବରଂଜନ ପଟ୍ଟନାୟକ, କୃୃଷ୍ଣଚନ୍ଦ୍ର ପଣ୍ଡା, ସୌର୍ଯ୍ୟରଂଜନ ପରିଜା, ଅଶୋକ ମହାନ୍ତି, ଡିଏସ୍‌ ମୀନକେତନ, ଶକ୍ତିରଂଜନ ମହାନ୍ତି ମଧ୍ୟ ଶୁଭକାମନା ଜଣାଇଥିଲେ। ଆଜାମ ସଫ୍ଟବଲ୍‌ର ବୈଷୟିକ ଅଧିକାରୀ ଭାବେ ଏସିଆଡ୍‌ରେ ଭାଗନେବେ। ମୋ ୧୬ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ଆଜାମ। ୨୦୦୭ ଏବଂ ୨୦୧୧ରେ ବିଶ୍ୱ ସଫ୍‌ଟ ଟେନିସ୍‌ରେ ମଧ୍ୟ ଆଜମଙ୍କୁ ସୁଯୋଗ ମିଳିଥିଲା। ୨୦୧୦ର ଗୁଆଙ୍ଗ୍‌ଜୁ ଏସୀୟ କ୍ରୀଡ଼ାରେ ଆଜମ ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୧୬ରେ ଜାପାନରେ ଆଜାମ ମଧ୍ୟ ଅଷ୍ଟମ ଏସୀୟ ସଫ୍‌ଟ ଟେନିସ୍‌ରେ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧିତ ଖବର