ଅଭିନନ୍ଦନ ସୁଅ : ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଜ୍ଞାନ ପର୍ଯ୍ୟନ୍ତ

ଭାରତର ଐତିହାସିକ ବିଜୟ ପରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଥିଲା। କୋହଲି ବାହିନୀକୁ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟିଥିଲା। ଏଥିରେ ସାଧା‌ରଣ କ୍ରିକେଟ୍ ପ୍ରେମୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାୟିଡୁ ଏବଂ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ମଧ୍ୟ ସାମିଲ ହୋଇଥିଲେ।
 ଅଷ୍ଟ୍ରେଲିଆରେ ଏକ ଐତିହାସିକ କ୍ରିକେଟ୍ ସଫଳତା। ଭରତୀୟ କ୍ରିକେଟ୍ ଦଳ ଏହି ସଂଘର୍ଷପୂର୍ଣ୍ଣ ବିଜୟର ପୂରା ହକ୍‌ଦାର ଥିଲା। ଏଥିଲାଗି ସେମାନଙ୍କୁ ଅଭିନନ୍ଦନ। ଶୃଙ୍ଖଳାରେ ଅନେକ ସ୍ମରଣୀୟ ପ୍ରଦର୍ଶନ ଓ ପ୍ରେରଣାଦାୟୀ ଦଳୀୟ ଏକତା ଦେଖିବାକୁ ମିଳିଲା।
-ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ
 ଜବରଦସ୍ତ ବିଜୟ, ଜଣେ ଏଥିପାଇଁ ହିଁ ଖେଳିଥାଏ। ପ୍ରତିଟି ମୁହୂର୍ତକୁ ଉପଯୋଗ କର। ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ।
-ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ
 ଭାଇମାନେ ତୁମ ପାଇଁ ମୁଁ ଅତ୍ୟନ୍ତ ଗର୍ବିତ। ଟିମ୍ ଇଣ୍ଡିଆ ବହୁତ ବଢ଼ିଆ କଲା। ଶୃଙ୍ଖଳା ଶ୍ରେଷ୍ଠ ପୁରସ୍କାର ପାଇଁ ଚେତେଶ୍ବରଙ୍କୁ ଅଭିନନ୍ଦନ। ଯଶପ୍ରୀତ ବୁମରାଙ୍କ ବୋଲିଂ ହୃଦୟ ଛୁଇଁଗଲା। ତୁମ କାମକୁ ମୁଁ ବହୁତ ଭଲ ପାଏ।
-ହରଭଜନ ସିଂହ, ଭାରତୀୟ କ୍ରିକେଟର
 ଶେଷ ଥର ପାଇଁ ତୁମେ କେବେ ପ୍ରଥମ ଥର ପାଇଁ କୌଣସି କାମ କରିଥିଲ? ଅଷ୍ଟ୍ରେଲିଆରେ ଭାରତ ପାଇଁ ଐତିହାସିକ ଶୃଙ୍ଖଳା ବିଜୟ। ଟିମ୍ ଇଣ୍ଡିଆ ବହୁତ ଭଲ ଖେଳିଲ। ଏହା ହୁଏତ ବର୍ଷାରେ ଶେଷ ହୋଇଥାଇପାରେ, ହେଲେ ଉତ୍ସବ ପାଳନକୁ ଏହା ଆଦୌ ରୋକି ପାରିବ ନାହିଁ। ତୁମ ପାଇଁ ଗର୍ବରେ ଛାତି ଫୁଲି ଯାଉଛି।
-ସୁରେଶ ରାଇନା, ଭାରତୀୟ କ୍ରିକେଟର୍‌
 ଜୟ ହିନ୍ଦ୍, ଟିମ୍ ଇଣ୍ଡିଆ: ବିସିସିଆଇ
 ବର୍ଡର ଗାଭାସ୍କର ଟ୍ରଫି ବିଜୟ ଲାଗି, ଟିମ୍ ଇଣ୍ଡିଆ ତୁମକୁ ଅଭିନନ୍ଦନ
-ପ୍ରଜ୍ଞାନ ଓଝା, ଭାରତୀୟ ସ୍ପିନର
 ଅଷ୍ଟ୍ରେଲିଆରେ ଗତ କିଛି ସପ୍ତାହ ଆମ ପାଇଁ ବେଶ୍ ଚମତ୍କାର ଥିଲା। ଯାହା ଇତିହାସର ରୂପ ନେଇଥିଲା। ଆପଣଙ୍କ ଭଲ ପାଇବା ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଏହି ଦିନକୁ ମୁଁ ସାରା ଜୀବନ ମନେ ରଖିବି।
ଚେତେଶ୍ବର ପୂଜାରା, ଭାରତୀୟ ବ୍ୟାଟ୍ସମ୍ୟାନ୍

ସମ୍ବନ୍ଧିତ ଖବର