ସଂଗୀତରେ ଭାରତୀୟ ଦଳକୁ ଶୁଭେଚ୍ଛା

ଭୁବନେଶ୍ବର: ପ୍ରତିଟି ବଡ଼ କ୍ରୀଡ଼ା ଉତ୍ସବରେ ନିଜକୁ ନିଆରା ଢଙ୍ଗରେ ସାମିଲ କରୁଥିବା କେରଳର ଜଣେ ଇତିହାସ ବିଭାଗ ପ୍ରଫେସର ଏମସି ବଶିଷ୍ଟ ଆଗାମୀ କ୍ରିକେଟ୍‌ ବିଶ୍‌କପ୍‌ ପାଇଁ ଭାରତୀୟ ଦଳକୁ ସଂଗୀତରେ ଶୁଭେଚ୍ଛା ଜଣାଇଛନ୍ତି। ବଶିଷ୍ଟ ନିଜେ ଗୀତ ରଚନା କରିଥିବା ବେଳେ ତାଙ୍କର ଦୁଇ ଛାତ୍ର ସାଇ ଗିରିଧର ଏବଂ ସୁପର୍ଣ୍ଣା ନିର୍ଦେଶନା ଦେଇଛନ୍ତି। ଗିରିଧର ଗୀତଟିକୁ ଗାଇଛନ୍ତି। ଭାରତୀୟ ଦଳକୁ ଶୁ‌ଭେଚ୍ଛା ପ୍ରଦାନ କରିବାରେ ଏହି ଗୁରୁ-ଶିଷ୍ୟ ପରମ୍ପରା ଏକ ନୂତନ ଧାରା ଆଣିଛି ବୋଲି ବଶିଷ୍ଟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କୋଝିକୋଡସ୍ଥିତ ମାଲାବର ଖ୍ରୀଷ୍ଟିଆନ୍ କଲେଜର ଇତିହାସ ବିଭାଗ ସହକାରୀ ପ୍ରଫେସର ଶ୍ରୀ ବଶିଷ୍ଟ ବିଗତ ଦୁଇ ଦଶନ୍ଧୀ ଧରି କ୍ରିକେଟ, ହକି, ଫୁଟବଲ୍‌ ବିଶ୍ବକପ୍‌ ବେଳେ ପୋଷ୍ଟର, ସଂଗୀତ ଏବଂ ଭିଡିଓ ଆଦି ଅଭିଯାନ କରି ଆସୁଛନ୍ତି। କାଲିକଟରେ ସଚିନ‌ ତେନ୍ଦୁଲକରଙ୍କ ଉପରେ ଆଧାରିତ ଏକ ସଂଗ୍ରହାଳୟରେ ମଧ୍ୟ ବହୁ ପୁସ୍ତକ, କ୍ରିକେଟ୍‌ ସଂରଞ୍ଜାମ ସାଇତି ରଖି ବିରଳ ପ୍ରୟାସ କରିଛନ୍ତି।

ସମ୍ବନ୍ଧିତ ଖବର