ଭୁବନେଶ୍ବର: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଅନୁଷ୍ଠିତ ୭୭ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଏକାଧିକ ଐତିହାସିକ ସଫଳତା ଅର୍ଜନ କରିଥିବା ଓଡ଼ିଶା ଖେଳାଳି ସୋମବାର ଘରକୁ ବାହୁଡ଼ିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ଏହି ଯୁବା ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରତ୍ୟାଶା ରାୟ ପ୍ରଥମ ମହିଳା ଭାବେ ଜାତୀୟ ବରିଷ୍ଠ ବର୍ଗ ପଦକ ଜିତିବା ସଂସ୍କରଣରେ ଓଡ଼ିଶା ମୋଟ ୬ ପଦକ କରାୟତ୍ତ କରିବା ସବୁଠାରୁ ବଡ଼ ଉପଲବ୍ଧି ହୋଇଛି। ଏହା ମଧ୍ୟରେ ୪ଟି ବ୍ୟକ୍ତିଗତ ରୌପ୍ୟ ଏବଂ ଦୁଇଟି ଦଳଗତ (ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ) ପଦକ ରହିଛି। ପ୍ରତ୍ୟାଶା ବ୍ୟକ୍ତିଗତ ଭାବେ ୪ ପଦକ ଜିତିଥିବା ବେଳେ ମନ୍ନତା ମିଶ୍ର, ସୃଷ୍ଟି ଉପାଧ୍ୟାୟ, ସୋନିଆ ପଟେଲ୍ ଦୁଇଟି ଲେଖାଏଁ ଏବଂ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ଗୋଟିଏ ପଦକ ଜିତି ଏହି ଐତିହାସିକ ସଫଳତାର ତାରକା ମାନ୍ୟତା ପାଇଛନ୍ତି।
ବିମାନବନ୍ଦରରେ ଓଡ଼ିଶା ଖେଳାଳିଙ୍କୁ ଓଡ଼ିଶା ସନ୍ତରଣ ସଂଘ କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, ସମ୍ପାଦକ ଗୋଲାପମଣି ମହାନ୍ତ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼, କାର୍ଯ୍ୟନିର୍ବାହୀ ସଦସ୍ୟ ରାଜୀବ ଲୋଚନ ଦାସ, ରାଜ୍ୟର ପ୍ରଥମ ଜାତୀୟ ସନ୍ତରଣ ପଦକ ବିଜେତା ରଙ୍କନିଧି ସେଠ୍, ରଜତ ରାୟ, ଚାରୁଶ୍ରୀ ବେହୁରା, ସୁବ୍ରତ ଦାସ, ଲିପ୍ସା ରାଉତ, ବୁଲି ବେରିହା, ଅନୁଭା ପ୍ରଧାନ, ଭେଟେରାନ୍ ଦାଶରଥି ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ ୱାଟରପୋଲୋ ପାଇଁ ଓଡ଼ିଶା ଦଳ
ଭୁବନେଶ୍ବର: କେରଳର ଥିରୁ୍ରନନ୍ତପୁରମରେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ବରିଷ୍ଠ ଆକ୍ବାଟିକ (ୱାଟରପୋଲୋ) ପ୍ରତିଯୋଗିତା ଲାଗି ଓଡ଼ିଶା ମହିଳା ଦଳ ଘୋଷିତ ହୋଇଛି। ପୂଜା ପଧାନଙ୍କ ନେତୃତ୍ବରେ ଖେଳିବାକୁ ଥିବା ଏହି ଦଳରେ ସୁକୁମଣି କିଶାନ (ଗୋଲରକ୍ଷିକା), ସ୍ମିତାସ୍ମୃତି ସାହୁ, ରିଙ୍କି ମୁର୍ମୁ, ସୁଆଲମଣି ମାର୍ଣ୍ଡି, ଶୁଭସ୍ମିତା ମାଝୀ, କୃଷ୍ଣପ୍ରିୟା ନାଏକ, ରେଶ୍ମା ମାଝୀ, ରେଣୁକା ତିରିୟା, ରିନୁ ମାଝୀ, ଆଶିକା ଟୋପ୍ପୋ, ମାନୁନି ମାଝୀ, ଅଞ୍ଜଳି ମୁଣ୍ଡା ଖେଳାଳି ରହିଛନ୍ତି। ଦୀପଙ୍କର ଦାସ (ପ୍ରଶିକ୍ଷକ) ଓ ଜୟଶ୍ରୀ ପଲାଇ (ପ୍ରବଂଧକ) ମଧ୍ୟ ଦଳ ସହ ଗସ୍ତ କରିଛନ୍ତି। ଖେଳାଳିମାନଙ୍କୁ ଭୁବନେଶ୍ବର ରେଳ ଷ୍ଟେସନ୍ରେ ଓଡ଼ିଶା ସନ୍ତରଣ ସଂଘ ଯୁଗ୍ମ ସମ୍ପାଦକ ଲକ୍ଷ୍ମୀକାନ୍ତ ମହାକୁଡ଼ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ରଙ୍କନିଧି ସେଠ ଶୁଭେଚ୍ଛା ଜଣାଇଥିବା ସଭାପତି ପ୍ରଦୀପ ପାଢ଼ୀ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/S8VL83IRnRVGHknXNZsO.jpg)