କଳିଙ୍ଗ ଷ୍ଟାଡିୟମ୍‌ରେ ସ୍ବର୍ଣ୍ଣିମ ବିଜୟ ମଶାଲକୁ ସ୍ବାଗତ

ଭୁବନେଶ୍ବର: ଭାରତର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନର ସ୍ମାରକୀ ପବିତ୍ର ବିଜୟ ମଶାଲକୁ ମଙ୍ଗଳବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ସ୍ବାଗତ କରାଯାଇଛି। ଭାରତୀୟ ହକି ଦଳର ଦୁଇ ପୂର୍ବତନ ଅଲିମ୍ପିଆନ୍‌ ଦିଲୀପ ତିର୍କି ଏବଂ ଲାଜରୁସ୍ ବାର୍ଲା ଶ୍ରଦ୍ଧା ଓ ସମ୍ମାନର ସହ ଏହାକୁ ଗ୍ରହଣ କରିଥିଲେ। ୧୯୭୧ ମସିହାରେ ପାକିସ୍ତାନ ବିପକ୍ଷରେ ଭାରତର ଯୁଦ୍ଧ ବିଜୟର ବୀର ଯବାନଙ୍କ ସ୍ମୃତି ଚାରଣ କରିବା ସହ ସେମାନଙ୍କ ବୀରତ୍ବ ଓ ସଫଳତା ପାଇଁ ଆମେ ଗର୍ବିତ ବୋଲି ପଦ୍ମଶ୍ରୀ ଦିଲୀପ ତିର୍କି ପ୍ରକାଶ କରିଥିଲେ। ଚଳିତ ମାସରେ କଳିଙ୍ଗ ହକି କଂପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ହକି ଜୁନିୟର୍ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବାକୁ ଥିବା ଖେଳାଳିମାନେ ମଧ୍ୟ ଉପସ୍ଥିତ ରହି ସ୍ବର୍ଣ୍ଣିମ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର