୨୦୨୦ରେ ଦେଖିବାକୁ ମିଳିବ ବହୁ ବିଶ୍ବସ୍ତରୀୟ କ୍ରୀଡ଼ାମେଳା। ଯୁବ ଅଲିମ୍ପିକ୍ସ, ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ସାଙ୍ଗକୁ ମହିଳା ଓ ପୁରୁଷ କ୍ରିକେଟ୍ ଟି-୨୦ ବିଶ୍ବକପ୍ ସହ ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ୍ ବିଶ୍ବକପ୍ ମଧ୍ୟ ୨୦୨୦ରେ ଅନୁଷ୍ଠିତ ହେବ। ଯୁବ ଅଲିମ୍ପିକ୍ସ ଏବଂ ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ-ଲିଗ୍ରୁ ୨୦୨୦ ବର୍ଷ ଆରମ୍ଭ ହେବ। ମହିଳା କ୍ରିକେଟ୍ ବିଶ୍ବକପ୍ ଓ ଟୋକିଓ ଅଲିମ୍ପିକ୍ସ କୋଡ଼ିଏର ମଧ୍ୟଭାଗକୁ ଚଳଚଞ୍ଚଳ କରିବ। ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ରେ ବର୍ଷ ଶେଷ ହେବ। କୋଡ଼ିଏରେ ଭାରତ ସହ ଓଡ଼ିଶା ମଧ୍ୟ ଚଳଚଞ୍ଚଳ ରହିବ। ଜାନୁଆରିରେ ହକି ପ୍ରୋ ଲିଗ୍ ସହ ୧୭ ବର୍ଷରୁକମ୍ ଫିଫା ମହିଳା ବିଶ୍ବକପ୍ ଭାରତର କ୍ରୀଡ଼ା ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଟେନିସ୍ର ୪ ଗ୍ରାଣ୍ଡ୍ ସ୍ଲାମ୍, ଫର୍ମୁଲା ୱାନ୍ର ୨୨ ରେସ୍, ସ୍ନୁକର ବିଶ୍ବ ପ୍ରତିଯୋଗିତା, ଆଇପିଏଲ୍ ଭଳି ବିବିଧ ଖେଳର ମଜା ନେବେ ଏ ବର୍ଷର କ୍ରୀଡ଼ାପ୍ରେମୀ। ଖେଳ ଦୁନିଆର ନିୟମିତ ପ୍ରତିଯୋଗିତା ସହ କେତେକ ବିଶେଷ ଆୟୋଜନ ପାଇଁ କୋଡ଼ିଏ ହେବ ଅନନ୍ୟ ଏବ˚ ସ୍ବତନ୍ତ୍ର। ନୂଆବର୍ଷର ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାକୁ ନେଇ ‘ସମ୍ବାଦ’ ପ୍ରସ୍ତୁତ କରିଛି ‘କ୍ରୀଡ଼ା କ୍ୟାଲେଣ୍ଡର୍-୨୦୨୦’।
ସ୍ୱାଗତଂ ବିଶ୍ୱକପ୍ ଓ ଅଲିମ୍ପିକ୍ସ ବର୍ଷ
/sambad/media/post_attachments/wp-content/uploads/2020/01/2020-sss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)