ୱେଲିଂଟନ୍‌ ଟେଷ୍ଟ୍‌ ଅମୀମାଂସିତ

ୱେଲିଂଟନ୍‌: ପଞ୍ଚମ ତଥା ଶେଷ ଦିନ ବର୍ଷା ବାଧକ ଯୋଗୁଁ ମାତ୍ର ୧୩ ଓଭର ଖେଳ ସମ୍ଭବ ହୋଇଥିଲା। ଏଥିରେ ପୂର୍ବଦିନ ସ୍କୋର୍‌ ୨୫୯/୩ରୁ ଖେଳିଥିବା ଶ୍ରୀଲଙ୍କା ଆଉ କୌଣସି ୱିକେଟ୍‌ ନହରାଇ ୨୮ ରନ୍‌ ଯୋଡ଼ିଥିଲା। ପ୍ରଥମ ପାଳିରେ ୨୮୨ ରନ୍‌ କରିଥିବା ସିଂହଳୀ ଦଳ ୨୮୭/୩ କରିଥିଲା ବେଳେ ମ୍ୟାଚ୍‌ ଅମୀମାଂସିତ ଘୋଷିତ ହୋଇଥିଲା। କୁସାଲ ମେଣ୍ଡିସ୍‌ ୧୪୧ ଓ ଆଞ୍ଜେଲୋ ମାଥ୍ୟୁସ୍‌ ୧୨୦ ରନ୍‌ରେ ଅପରାଜିତ ରହିବା ସାଙ୍ଗକୁ ଅସମାପ୍ତ ଚତୁର୍ଥ ୱିକେଟ୍‌ ଭାଗୀଦାରିକୁ ୨୭୪ ରନ୍‌କୁ ବଢ଼ାଇଥିଲେ। ୨୬୪ ରନ୍‌ କରିଥିବା ପ୍ରାରମ୍ଭିକ ବ୍ୟାଟ୍‌ସ୍‌ମ୍ୟାନ୍‌ ଟମ୍‌ ଲାଥାମ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି: ୨୮୨ (ମାଥ୍ୟୁସ୍‌-୮୩, ଡିକ୍‌ୱେଲା-୮୦*, କରୁଣାରତ୍ନେ-୭୯, ସାଉଦି-୬/୬୮, ୱାଗ୍‌ନର-୨/୭୫)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୫୭୮ (ଲାଥାମ୍‌-୨୬୪*, ୱିଲିୟମ୍‌ସନ୍‌-୯୧, ଟେଲର-୫୦, ନିକୋଲ୍‌ସ-୫୦, ଲାହିରୁ କୁମାରା-୪/୧୨୭, ଡି ସିଲ୍‌ଭା-୨/୫୪, ପେରେରା-୨/୧୫୬)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୨୮୭/୩ (କୁସାଲ ମେଣ୍ଡିସ୍‌-୧୪୧*, ଆଞ୍ଜେଲୋ ମାଥ୍ୟୁସ୍‌-୧୨୦*, ଟିମ୍‌ ସାଉଦି-୨/୫୨, ଟ୍ରେଣ୍ଟ୍‌ ବୋଲ୍‌ଟ-୧/୬୨)।

ସମ୍ବନ୍ଧିତ ଖବର