୨୬୪*: ପାଳି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ସର୍ବାଧିକ ବ୍ୟକ୍ତିଗତ ରନ୍ କରିବାରେ ଟମ୍ ଲାଥାମ୍ (୨୬୪*) ବିଶ୍ବ କୀର୍ତିମାନ ରଚିଛନ୍ତି। ଏକ୍ଷେତ୍ରରେ ସେ ଆଲିଷ୍ଟର କୁକ୍ (୨୦୧୭-୧୮ ମେଲ୍ବର୍ନ ଆସେସ୍ ଟେଷ୍ଟ୍)ଙ୍କ ୨୪୪* ରନ୍କୁ ପଛରେ ପକାଇ ଦେଇଛନ୍ତି। ଲାଥାମ୍ ମଧ୍ୟ ଗ୍ଲେନ୍ ଟର୍ନରଙ୍କ ପରେ ନ୍ୟୁଜିଲାଣ୍ଡ୍ର ଦ୍ବିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ ପାଳିରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କଲେ।
୦: ଚଳିତ ବର୍ଷ କୌଣସି ଟେଷ୍ଟ୍ର ଗୋଟିଏ ପାଳିରେ ଏପର୍ଯ୍ୟନ୍ତ କେହି ବି ଲାଥାମ୍ଙ୍କଠୁ ଅଧିକ ବ୍ୟକ୍ତିଗତ ସ୍କୋର୍ କରିନଥିଲେ। ଲାଥାମ୍ଙ୍କ ଅପରାଜିତ ୨୬୪ ରନ୍ ପୂର୍ବରୁ ଜିମ୍ବାୱେ ବିପକ୍ଷରେ ବାଂଲାଦେଶର ମୁସ୍ଫିକର ରହିମ୍ଙ୍କ ଅପରାଜିତ ୨୧୯ ରନ୍ ସର୍ବାଧିକ ଥିଲା। ଲାଥାମ୍ ମଧ୍ୟ ନ୍ୟୁଜିଲାଣ୍ଡ୍ର ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ କୌଣସି ଗୋଟିଏ ବର୍ଷରେ ଗୋଟିଏ ଟେଷ୍ଟ୍ ପାଳିରେ ସର୍ବାଧିକ ବ୍ୟକ୍ତିଗତ ରନ୍ କଲେ। ଏହା ପୂର୍ବରୁ ରସ୍ ଟେଲରଙ୍କ ୨୦୯ (୨୦୧୫ ପର୍ଥ) ରନ୍ ସର୍ବାଧିକ ଥିଲା। ତେବେ ଲାଥାମ୍ ୩ ରନ୍ ପାଇଁ ନିଜ ଦେଶର ବ୍ରାଏନ୍ ୟଙ୍ଗ୍ (୨୬୭*)ଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ପଛକୁ ରହିଯାଇଥିଲେ। ୟଙ୍ଗ୍ ୧୯୯୭ ମସିହା ଦୁନେଦିନ୍ ଟେଷ୍ଟ୍ରେ ସମାନ ପ୍ରତିଦ୍ବନ୍ଦ୍ବୀ ଶ୍ରୀଲଙ୍କା ବିପକ୍ଷରେ ପାଳି ଆରମ୍ଭ କରି ୨୬୭ ରନ୍ରେ ଅପରାଜିତ ରହିଥିଲେ। ହେଲେ ନ୍ୟୁଜିଲାଣ୍ଡ୍ର ସେହି ପାଳି ଅସମାପ୍ତ (୫୮୬/୭ରେ ଘୋଷଣା) ରହିଥିବାରୁ ୟଙ୍ଗ୍ଙ୍କ ସର୍ବାଧିକ ରନ୍ (ପାଳି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା)କୁ କୀର୍ତିମାନ ଭାବେ ଗ୍ରହଣ କରାଯାଇନାହିଁ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/8-Tom-Latham-celebrates-his-double-century..jpg)