ଭୁବନେଶ୍ୱର: ଓଡ଼ିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (ଏଜି) ପକ୍ଷରୁ ଗୁରୁବାରଠୁ ଆରମ୍ଭ ହୋଇଥିବା ପୂର୍ବାଞ୍ଚଳ ଏଜି ହକି ପ୍ରତିଯୋଗିତାର ଆୟୋଜକ ଓଡ଼ିଶା ଫାଇନାଲ୍ରେ ପହଞ୍ଚିଛି। କଳିଙ୍ଗ ଷ୍ଟାଡିୟମ ହକି ଅଭ୍ୟାସ ପଡ଼ିଆ ଖେଳା ଯାଇଥିବା ଏହି ମ୍ୟଚ୍ରେ ଓଡ଼ିଶା ୭-୨ ଗୋଲ୍ରେ ଗତ ବର୍ଷର ଉପବିଜେତା ଝାଡ଼ଖଣ୍ଡକୁ ପରାସ୍ତ କରିଛି। ଫଳରେ ଓଡ଼ିଶା ଶୁକ୍ରବାର ଫାଇନାଲ୍ରେ ଗତ ବର୍ଷର ବିଜେତା ବେଙ୍ଗଲକୁ ଭେଟିବ। ଓଡ଼ିଶା ପକ୍ଷରୁ ତିଓଫିଲ୍ କୁଜୁର (୩, ୪୪, ୪୫, ୬୪ ମିନିଟ୍) ୪ ଗୋଲ୍ ଦେଇଥିଲା ବେଳେ ପ୍ରସନ୍ନ ତିର୍କି (୨୦, ୫୮ ମିନିଟ୍) ୨ ଏବଂ ଅମଲ ପଲ୍ (୨୮ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ। ଝାଡ଼ଖଣ୍ଡ ପକ୍ଷରୁ ଅମିତ କୁମାର ଉପାଧ୍ୟାୟ (୧୮ ମିନିଟ୍) ଏବଂ ଗୁରସରଣ ସିଂହ (୩୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଏମ୍ ମିନାକ୍ଷୀ ସୁନ୍ଦରମ୍, ପ୍ରଦୀପ ଗୌତମ, ପ୍ରଣବ ପଟ୍ଟନାୟକ ଓ ବିଶ୍ୱ ରଂଜନ ଷଡ଼ଙ୍ଗୀ ମ୍ୟାଚ୍ ପରିଚାଳନା କରିଥିଲେ।
ଅନ୍ତର୍ଜାତୀୟ ହକି ତାରକା ତଥା ସାଂସଦ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ମହାଲେଖାକାର ମଧୁମିତା ବସୁ, ଯଶୋଧାରା ରାୟ ଚୌଧୁରୀ, ମହାଲେଖାକାର ଆର୍ ଆମବଲାଭାନନ୍ ଏବଂ ଭୁବନେଶ୍ୱର ଅଖିଳ ଭାରତ ଆୟୁବିଜ୍ଞାନ ସଂସ୍ଥାନ୍ (ଏମ୍ସ)ର ବିତ୍ତ ଉପଦେଷ୍ଠା ରବୀନ୍ଦ୍ର ପତ୍ତାର ଅତିଥି ଭାବେ ଉପସ୍ଥିତ ଥିଲେ।
ପୂର୍ବାଞ୍ଚଳ ଏଜି ହକି: ଓଡ଼ିଶା-ବେଙ୍ଗଲ ଫାଇନାଲ୍ ଆଜି
/sambad/media/post_attachments/wp-content/uploads/2018/01/14-AG-hockey-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)