ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡା

ଉତ୍କଳ ଓ ମଣିପୁରକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଦ୍ୱିତୀୟ ଦିନ ମହିଳା ଫୁଟ୍‌ବଲ ଉତ୍କଳ ବିଶ୍ୱବିଦ୍ୟାଳୟ ୬-୦ ଗୋଲ୍‌ରେ କାଶୀ ବିଶ୍ୱବିଦ୍ୟାଳୟକୁ ଏବଂ ମଣିପୁର ବିଶ୍ୱବିଦ୍ୟାଳୟ ୫-୦ ଗୋଲ୍‌ରେ ବିନୋବା ଭାବେ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ସର୍ବଭାରତୀୟ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିଛନ୍ତି। ଶନିବାରର ଅନ୍ୟ ମ୍ୟାଚ୍‌ଗୁଡିକରେ ପଣ୍ଡିତ ରବି ଶଙ୍କର ବିଶ୍ୱବିଦ୍ୟାଳୟ ୫-୦ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକ, ବି ଆର୍‌ ବିହାର ବିଶ୍ୱବିଦ୍ୟାଳୟ ୩-୧ରେ ରମାଦେବୀ ବିଶ୍ୱବିଦ୍ୟାଳୟକୁ ହରାଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେହିପରି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ହକି ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ୭-୦ ଗୋଲ୍‌ରେ ବରହମପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା ବେଳେ ମଣିପୁର ବିଶ୍ୱବିଦ୍ୟାଳୟ ୩ -୨ରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଓ ଦୁର୍ଗ ବିଶ୍ୱବିଦ୍ୟାଳୟ ୨-୦ରେ ଗୁରୁ ଘାସୀ ଦାସ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର