ଭୁବନେଶ୍ବର: ଏସୀୟ ଚେସ୍ ସଂଘ ଏବଂ ଶ୍ରୀଲଙ୍କା ଚେସ୍ ସଂଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଦକ୍ଷିଣ ଏସୀୟ ଯୁବ ଚେସ୍ ପ୍ରତିଯୋଗିତାରେ ଓଡ଼ିଶା ଫିଡେ ମାଷ୍ଟର୍ ସାଇନା ସଲୋନିକା ବ୍ୟକ୍ତିଗତ ରୌପ୍ୟ ଓ ଦଳଗତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଟର୍ଣ୍ଣିଲୋ ୱେବସାଇଟରେ ଅନ୍ଲାଇନ୍ ଜରିଆରେ ଅନୁଷ୍ଠିତ ପ୍ରତିଯୋଗିତା ସେପ୍ଟେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ୮ରୁ ୧୮ ବର୍ଷରୁ କମ୍ ବର୍ଗର ଖେଳାଳି ଭାଗ ନେଇଥିଲେ। ୯ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସାଇନା ୧୮ ବର୍ଷରୁ କମ୍ ବାଳିକା ବର୍ଗରେ ୬ ବିଜୟ, ୨ ଅମୀମାଂସିତ ସହ ୭ ପଏଣ୍ଟ୍ ପାଇଥିଲେ। ଏକମାତ୍ର ପରାଜୟ ସେ ଶୀର୍ଷ ମାନ୍ୟତାପ୍ରାପ୍ତ ଇରାନ୍ର ମହମ୍ମଦ ମେଲିକାଙ୍କଠାରୁ ହାରିଥିଲେ। ସାଇନାଙ୍କଠାରୁ ହାରିଥିବା ପ୍ରାଚିତି ଚନ୍ଦ୍ରାତ୍ରେୟ ସ୍ବର୍ଣ୍ଣ ଏବଂ ସୁସ୍ମିତା ଭୌମିକ କାଂସ୍ୟ ପଦକ ଜିତିଥିଲେ। ଏହି ଦୁଇ ପଦକ ସହିତ ସାଇନାଙ୍କ ଅନ୍ତର୍ଜାତୀୟ ପଦକ ୧୯ରେ ପହଞ୍ଚିଛି। ସମ୍ପ୍ରତି କିଟ୍ ଅନ୍ତର୍ଜାତୀୟ ସ୍କୁଲରୁ ୯୭.୪ ପ୍ରତିଶତ ସହ ସିବିଏସ୍ଇ ଦ୍ବାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସାଇନା କେନ୍ଦୁଝର ଜିଲ୍ଲା ସୁଲଣ ଗ୍ରାମର ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣେଶ୍ବର ଜେନା ଓ ବବିତା ଜେନାଙ୍କ ଦ୍ବିତୀୟ କନ୍ୟା। ଅଦ୍ୟାବଧି ଦୁଇଟି ମହିଳା ଅନ୍ତର୍ଜାତୀୟ ମାଷ୍ଟର୍ ନର୍ମ ଅର୍ଜନ କରି ଟାଇଟଲ୍ ଆଶାରେ ରହିଛନ୍ତି।
ପଶ୍ଚିମ ଏସୀୟ ଯୁବ ଚେସ୍: ସାଇନାଙ୍କୁ ସ୍ବର୍ଣ୍ଣ ଓ ରୌପ୍ୟ
/sambad/media/post_attachments/wp-content/uploads/2021/09/s4h654sf65h4fs65h45hf6hffhfhssfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)