ଭୁବନେଶ୍ୱର: ଚତୁର୍ଥ ଥର ପାଇଁ ଓଡ଼ିଶାରେ ଆୟୋଜିତ ପୂର୍ବାଞ୍ଚଳ ଆକାଉଣ୍ଟ ଆଣ୍ଡ୍ ଅଡିଟ୍ କ୍ରିକେଟ୍ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଛି। କିଟ୍ କ୍ରିକେଟ୍ ପଡ଼ିଆରେ ଖେଳାଯାଇଥିବା ଫାଇନାଲ୍ରେ ଓଡ଼ିଶାକୁ ୫୯ ରନ୍ରେ ପରାସ୍ତ କରି ଗତଥରର ପୂର୍ବାଞ୍ଚଳ ବିଜେତା ପଶ୍ଚିମବଙ୍ଗ ବିଜେତା ଆଖ୍ୟା ହାସଲ କରିଛି। ଟସ୍ ହାରି ବ୍ୟାଟିଂ ପାଇଥିବା ପଶ୍ଚିମବଙ୍ଗ ଦଳ ୩୫ ଓଭରରେ ୮ ଓ୍ଵିକେଟ୍ ହରାଇ ୨୭୭ ରନ୍ କରିଥିଲା। ଅଭିଷେକ ରହମନ୍ (୭୭ ରନ୍, ୩ ଛକା ଓ ୮ ଚୈାକା) ଅର୍ଧଶତକ ହାସଲ କରିଥିଲା ବେଳେ ରିତମ୍ ପୋରେଲ୍ ୪୯ ଓ ପ୍ରସନଜିତ୍ ଦାସ୍ ୨୪ ରନ୍ର ଅବଦାନ ରଖିଥିଲେ। ଓଡିଶା ଦଳ ପକ୍ଷରୁ ବସନ୍ତ ମହାନ୍ତି ୨ି ଓ ବିପ୍ଳବ ସାମନ୍ତରାୟ ଗୋଟିଏ ଓ୍ଵିକେଟ୍ ହାସଲ କରିଥିଲେ। ଜବାବରେ ପ୍ରାରମ୍ଭିକ ଯୋଡ଼ି ପି ଜୟଚନ୍ଦ୍ର ଓ ସୁମିତୋଷ ପ୍ରହରାଜ ନିରାଶ କରିଥିଲା ବେଳେ ଅଧିନାୟକ ବିପ୍ଳବ ସାମନ୍ତରାୟ (୬୨ ରନ୍, ୪ ଚୈାକା ଓ ୧ ଛକା)ଙ୍କ ଅର୍ଧଶତକ ସାଙ୍ଗକୁ ଗୋବିନ୍ଦ ପୋଦାରଙ୍କ ୨୯ (୩ ଚୈାକା ଓ ୧ଛକା), ଅରବିନ୍ଦ ସିଂଙ୍କ ୨୯ ଓ ବିଭୁଦତ ପଣ୍ଡାଙ୍କ ୨୨ ରନ୍ ସତ୍ତ୍ୱେ ଓଡିଶା ୩୪.୧ ଓଭରରେ ୨୧୮ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ତେବେ ଓଡିଶା ଅଧିନାୟକ ବିପ୍ଳବ ସାମନ୍ତରାୟ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଉଭୟ ପଶ୍ଚିମବଙ୍ଗ ଏବଂ ଓଡିଶା ଦଳ ନାଗପୁରଠାରେ ଅନୁଷ୍ଠିତ ହେବାକୁଥିବା ସର୍ବଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟ୍ସ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଉଦ୍ଯାପନୀ ସମାରୋହରେ ଓଡିଶାର ଅତିରିକ୍ତ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ପ୍ରଧାନ ମହାଲେଖାକାର ମଧୁମିତା ବସୁ, ଯଶୋଧରା ରାୟଚୈାଧୁରୀ, ମହାଲେଖାକାର ଆର୍ ଅମ୍ବଲାଭାନନ୍ ସମ୍ମାନିତ ଅଥିତି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ ।
ପଶ୍ଚିମବଙ୍ଗ ବିଜେତା, ଓଡ଼ିଶା ଦ୍ୱିତୀୟ
ପୂର୍ବାଞ୍ଚଳ ଆକାଉଣ୍ଟ୍ ଆଣ୍ଡ୍ ଅଡିଟ୍ କ୍ରିକେଟ୍
/sambad/media/post_attachments/wp-content/uploads/2018/01/ODISHA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)