ପଶ୍ଚିମବଙ୍ଗ ବିଜେତା, ଓଡ଼ିଶା ଦ୍ୱିତୀୟ

ଫେଡେରେସନ୍‌ କପ୍‌ କରାଟେ ଉଦ୍‌ଯାପିତ

ଭୁବନେଶ୍ୱର: ମଞ୍ଜେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଷୋଡ଼ଶ ସର୍ବଭାରତୀୟ ଫେଡେରେସନ୍‌ କପ୍‌ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ପଦକ ତାଲିକାରେ ସର୍ବାଧିକ ୪୫ (୨୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୦ କାଂସ୍ୟ) ପଦକ ହାସଲ କରି ପଶ୍ଚିମବଙ୍ଗ ବିଜେତା ହୋଇଥିଲା ବେଳେ ଓଡ଼ିଶା ମୋଟ ୩୭ (୧୯ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୮ କାଂସ୍ୟ) ସହ ଉପବିଜେତା ହୋଇଛି। କର୍ଣ୍ଣାଟକ ମୋଟ ୨୧ (୭ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧୦ କାଂସ୍ୟ) ପଦକ ସହ ତୃତୀୟ ସ୍ଥାନରେ ରହିଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ସେଇସିନ୍‌କାଇ କରାଟେର ଭାରତୀୟ ମୁଖ୍ୟ ସିହାନ୍‌ ପ୍ରେମଜିତ୍‌ ସେନ୍‌, ଜୟଦେବ ମଣ୍ଡଳ, ଡକ୍ଟର ହରିପ୍ରସାଦ ପଟ୍ଟନାୟକ, ଗୌରୀ ମହାନ୍ତି, ମହେଶ ବରାଳ, ସନ୍ଦୀପ ମହାନ୍ତି, ଦୀପକ ସାମନ୍ତରା, ଅରବିନ୍ଦ ବାରିକ ଏବଂ ହିମାଂଶୁ ଶେଖର ଦାସ ଯୋଗଦେଇ ପ୍ରତିଯୋଗୀଙ୍କୁ ପଦକ ଓ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର