ଟି-୨୦ ବିଶ୍ବକପ୍ : ଦକ୍ଷିଣ ଆଫ୍ରିକା ଆଗରେ ୧୪୪ ରନର ବିଜୟ ଲକ୍ଷ୍ୟ ରଖିଲା ଓ୍ବେଷ୍ଟଇଣ୍ଡିଜ୍

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ  ୧୪୩ ରନ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୪୪  ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜଦଳ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲା । ଓପନର ଏଭିନ ଲୁଇସ ମାତ୍ର ୩୫ ବଲରେ ୫୬ରନ କରିଥିଲେ । ଲେଣ୍ଡି ସାଇମନ୍ସ ୧୬ ଓ କେରନ ପୋଲାର୍ଡ ୨୬ରନ କରିଥିଲେ । ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳର ରନଗତି ଧୀମେଇ ଯାଇଥିଲା ଓ ଦଳ ନିର୍ଦ୍ଧାରିତ ୨୦ ଓଭରରେ  ୮ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା ।

ଉଭୟ ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଥିଲେ । ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଥିବାବେଳେ ଓ୍ବେଷ୍ଟ ଇଣ୍ଡିଜକୁ ଇଂଲଣ୍ଡ ହରାଇଥିଲା । ଏଣୁ ଏହି ମ୍ୟାଚ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଉଦ୍ୟମ କରିବେ ।

ସମ୍ବନ୍ଧିତ ଖବର