ୱେଷ୍ଟଇଣ୍ଡିିଜ କ୍ରିକେଟ୍ ଦଳର ଭାରତ ଗସ୍ତରେ କେବଳ ଅହମଦାବାଦ ଓ କୋଲକାତାରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଯୋଗୁଁ ୱେଷ୍ଟଇଣ୍ଡିଜର କ୍ରିକେଟ ଦଳର ଭାରତ ଗସ୍ତ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ଏହି ସିରିଜର ମ୍ୟାଚ୍ ଗୁଡିକ ୬ଟି ସହର ବଦଳରେ ୨ଟି ସହରରେ ଖେଳାଯିବ ବୋଲି ବିସିସିଆଇ ନିର୍ଦ୍ଧାରିତ କରିଛି । ବିସିସିଆଇ କହିଛି, ଦିନିକିଆ ସିରିଜର ତିନୋଟିି ଯାକ ମ୍ୟାଚ୍ ଅହମଦାବାଦରେ ଖେଳାଯିବ ଓ ଟି-୨୦ ସିରିଜର ସମସ୍ତ ୩ଟି ମ୍ୟାଚ୍ କୋଲକତାରେ ଅନୁଷ୍ଠିତ ହେବ ।

ଗସ୍ତର ସମୟ ସାରଣୀରେ ପରିବର୍ତ୍ତନ ଯୋଗୁଁ ଓଡିଶାର କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ୍ ବାତିଲ ହୋଇଛି । ଯାହାଫଳରେ ଓଡିଶାର କ୍ରୀଡାପ୍ରେମୀ ନିରାଶ ହୋଇଛନ୍ତି । ବୋର୍ଡ କହିଛି ଯେ ଦଳ,କ୍ରୀଡା ଅଧିକାରୀ ଓ ପ୍ରସାରଣ ସଂସ୍ଥାର ଗମନାଗମନକୁ ସୀମିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଦ୍ବାରା ସଂକ୍ରମଣର ଭୟ କମ ରହିବ ।

ୱେଷ୍ଟଇଣ୍ଡିଜ ଦଳ ଭାରତ ସହ ୬ ଫେବୃଆରିରୁ ୨୦ ଫେବୃଆରି ପର୍ଯ୍ୟନ୍ତ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ପୂର୍ବରୁ ଏହି ମ୍ୟାଚଗୁଡିକ କୋଲକାତା ଓ ଅହମଦାବାଦ ବ୍ୟତୀତ ଅନ୍ୟ ୪ଟି ସହର; ବିଶାଖାପଟ୍ଟନମ୍,ତିରୁଅନନ୍ତପୁରମ୍,ଜୟପୁର ଓ ଓଡ଼ିଶାର କଟକରେ ଖେଳାଯିବାର ଥିଲା ।

ସମ୍ବନ୍ଧିତ ଖବର