େଓ୍ଵଷ୍ଟଇଣ୍ଡିଜ୍‌ ୪୮ ରନ୍‌ରେ ଆଗୁଆ

ବୁଲାଓ୍ଵାୟୋ : ଜିମ୍ବାେଓ୍ଵ ବିପକ୍ଷ ପ୍ରଥମ ଟେଷ୍ଟ୍‍ରେ େଓ୍ଵଷ୍ଟଇଣ୍ଡିଜ୍‌ ପ୍ରଥମ ପାଳିରେ ତୃତୀୟ ଦିନ ଶେଷ ସୁଦ୍ଧା ୪୮ ରନ୍‌ରେ ଆଗୁଆ ରହିଛି। ଜିମ୍ବାେଓ୍ଵର ୩୨୬ ରନ୍‌ ଜବାବରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ମଙ୍ଗଳବାରର ଷ୍ଟମ୍ପ୍‌ ଅପସରଣ ବେଳକୁ ୭ ଓ୍ଵିକେଟ୍‌ ହରାଇ ୩୭୪ ରନ୍‌ ସଂଗ୍ରହ କରିଛି। ଦ୍ୱିତୀୟ ଦିନର ସ୍କୋର୍‌ ୭୮/୧ ଖେଳ ଆରମ୍ଭ କରି େଓ୍ଵଷ୍ଟଇଣ୍ଡିଜ୍‌ ତୃତୀୟ ଦିନ ୬ ଓ୍ଵିକେଟ୍‌ ହରାଇ ୨୯୬ ରନ୍‌ ଯୋଡ଼ିଛି। କିରନ୍‌ ପାେଓ୍ଵଲ୍‌ (୯୦), ସେନ୍‌ ଡୋରିଚ୍‌ (୭୫*) ଏବଂ ଜାସନ ହୋଲ୍ଡର (୭୧*) ଅର୍ଧଶତକ ହାସଲ କରିଛନ୍ତି। ଜିମ୍ବାେଓ୍ଵ ପକ୍ଷରୁ ସିକନ୍ଦର ରାଜା ୫ ଓ୍ଵିକେଟ୍‌ ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର