ପ୍ରଥମ ଦିନିକିଆରେ ୟୁଏଇକୁ ହରାଇଲା‌ ୱେଷ୍ଟଇଣ୍ଡିଜ୍‌

ସାର୍‌ଜା: ପ୍ରଥମ ଦିନକିଆରେ ଘରୋଇ ଦଳକୁ ୭ ୱିକେଟ୍‌ରେ ପରାସ୍ତ କରି ୱେଷ୍ଟଇଣ୍ଡିଜ୍‌ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ପାଇଛି। ୟୁଏଇ ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ବିପର୍ଯ୍ୟୟ ଭରା ପାଳିରୁ ପଦାର୍ପଣ କରିଥିବା ଅଲି ନାସେରଙ୍କ ୫୮ ଓ ଭ୍ରିତ୍ୟା ଅରବିନ୍ଦଙ୍କ ୪୦ ରନ୍‌ ସହଯୋଗରେ ଦଳ ୪୭.୧ ଓଭରରେ ୨୦୨ ରନ୍‌ କରିଥିଲା। କିମୋ ପଲ୍‌ ୩, ପଦାର୍ପଣକାରୀ ଡୋମିନିକ୍‌ ଡ୍ରେକ୍ସ, ଓଡ଼ିଆନ୍‌ ସ୍ମିଥ୍‌ ଓ ୟାନିକ କାରିଆ ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ବ୍ରାଣ୍ଡନ କିଙ୍ଗ୍‌ଙ୍କ ଶତକ (୧୧୨ ରନ୍‌, ୧୧୨ ବଲ୍‌ , ୧୨ ଚୌକା, ୪ଛକା) ସହ ଜନସନ୍‌ ଚାର୍ଲ୍ସ (୨୪) ଓ ସମାରା ବ୍ରୁକ୍ସ (୪୪)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭ୍ରମଣକାରୀ ଦଳ ୩୫.୨ ଓଭର ସୁଦ୍ଧା ୩ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତିଥିଲା। ଶତକୀୟ ପାଳି ଖେଳିଥିବା କିଙ୍ଗ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର