ତୃତୀୟ ଦିନିକିଆ: ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ନିଷ୍ପତ୍ତି, ଭାରତ କରିବ ବୋଲିଂ

ପୋର୍ଟ ଅଫ୍‌ ସ୍ପେନ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ବୁଧବାର ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ଖେଳାଯାଉଛି। ଧଳା ବଲରେ ମୂଳପୋଛ କରିବା ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଛି। ପ୍ରଥମ ମ୍ୟାଚ୍‌ ବର୍ଷା ବାଧାପ୍ରାପ୍ତ ଯୋଗୁଁ ଫଳାଫଳ ବାହାରି ପାରିନଥିଲା ବେଳେ ଭାରତ ଦ୍ଵିତୀୟ ମ୍ୟାଚ୍‌କୁ ୫୯ ରନ୍‌ (ଡି/ଏଲ୍‌)ରେ ଜିତିଥିଲା। ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବୋଲିଂ କରିବ।

ଭାରତ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ୍‌, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ୍‌, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ

ୱେଷ୍ଟଇଣ୍ଡିଜ ଦଳ: ଜାସନ୍‌ ହୋଲ୍‌ଡର (ଅଧିନାୟକ), କ୍ରିସ୍‌ ଗେଲ୍‌, ଇଭିନ୍‌ ଲୁଇସ୍‌, ସାଇ ହୋପ୍‌, ସିମ୍ରନ୍‌ ହେଟମେୟର୍‌, ନିକୋଲାସ୍‌ ପୂରନ୍‌, ରସ୍ତନ ଚେଜ୍‌, ଫାବିଏନ୍‌ ଆଲେନ୍‌, କାର୍ଲୋସ୍‌ ବ୍ରାଥ୍‌ୱେଟ୍‌, କିମୋ ପଲ୍‌, କେମାର ରୋଚ୍‌

ସମ୍ବନ୍ଧିତ ଖବର