ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି, ମଧ୍ୟାହ୍ଣ ଭୋଜନ ବିରତି ପୂର୍ବରୁ ସ୍କୋର ୭୨/୨

କିଙ୍ଗ୍‌ଷ୍ଟନ୍‌: ଜମାଇକାର କିଙ୍ଗଷ୍ଟନ୍‌ସ୍ଥିତ ସାବିନା ପାର୍କରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଶୁକ୍ରବାର ଆରମ୍ଭ ହୋଇଛି। ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ ଜାରି ରଖିଛି। ମଧ୍ୟାହ୍ଣ ଭୋଜନ ବିରତି ବେଳକୁ ଭାରତ ୩୦ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୭୨ ରନ୍‌ ସଂଗ୍ରହ କରିଛି।

ଓପନର ଲୋକେଶ ରାହୁଲ ୧୩ ରନ୍‌ କରି ଭାରତ ପ୍ରଥମ ଓ୍ଵିକେଟ ଭାବେ ଆଉଟ୍‌ ହୋଇଥିଲେ। ସେ ୨୬ଟି ବଲ ଖେଳି ୨ଟି ଚୌକା ସହ ୧୩ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ ଜସନ ହେଲଡରଙ୍କ ବଲ ଆର କରନଓ୍ଵାଲଙ୍କୁ କ୍ୟାଚ୍‌ ଦେଇ ରାହୁଲ ପାଭଲିଅନ ଫେରିଥିଲେ। ସେହିପରି ଭାରତର ଅନ୍ୟ ଓପନର ଚେତେଶ୍ୱର ପୂଜାରା ୨୫ଟି ବଲ ଖେଳି ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିଲେ। କରନ୍‌ୱେଲଙ୍କ ବଲ ଶମର ବ୍ରୁକ୍‌ଙ୍କୁ କ୍ୟାଚଦେଇ ସେ ପାଭଲିଅନ ଫେରିଥିଲେ। ମଧ୍ୟାହ୍ଣ ଭୋଜନ ପାଇଁ ପଡ଼ିଆରୁ ବିଦାୟ ନେବା ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ମୟଙ୍କ ଅଗ୍ରଓ୍ଵାଲ ଅପରାଜିତ ଥିଲେ।

ପ୍ରଥମ ଟେଷ୍ଟକୁ ଭାରତ ଏକତରଫା ଜିତିଥିବାରୁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଏହି ଧାରା ଜାରି ରଖିବ ବୋଲି ଆଶା ରଖିଛି। ଏଥି ପାଇଁ ବିରାଟ ବାହିନୀ ବିସ୍ତତ ଯୋଜନା ମଧ୍ୟ କରିସାରିଛି। ଅନ୍ୟପକ୍ଷରେ ଆୟୋଜକ ୱେଷ୍ଟଇଣ୍ଡିଜ୍‌ଟିମ୍‌ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରିବାକୁ ଚାହିଁବ।

ସମ୍ବନ୍ଧିତ ଖବର