ଦ୍ୱିତୀୟ ଟେଷ୍ଟ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବ୍ୟାଟିଂ ଜାରି, ସ୍କୋର ୩୩୬/୭

କିଙ୍ଗ୍‌ଷ୍ଟନ୍‌: ଜମାଇକାର କିଙ୍ଗଷ୍ଟନ୍‌ସ୍ଥିତ ସାବିନା ପାର୍କରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶନିବାର ଭାରତ ମଧ୍ୟାହ୍ଣ ଭୋଜନ ବିରତି ବେଳକୁ ୭ଟି ଓ୍ଵିକେଟ୍‌ ହରାଇ ୩୩୬ ରନ୍‌ ସଂଗ୍ରହ କରିଛି।

ଭାରତ ୬ଷ୍ଠ ଓ୍ଵିକେଟ୍‌ ଭାବେ ଋଷଭ ପନ୍ତଙ୍କୁ ହରାଇଛି। ପନ୍ତ ୬୫ଟି ବଲ ଖେଳି ୨୭ ରନ୍‌ ଯୋଡିଛନ୍ତି। ସେ ମଧ୍ୟ ଜସନ୍‌ ହୋଲଡରଙ୍କ ଶିକାର ହୋଇଛନ୍ତି। ସ୍କୋର ୨୬୪ ରନ୍‌ରେ ପନ୍ତ ଆଉଟ୍‌ ହୋଇଥିବା ବେଳେ ୩୦୨ ରନ୍‌ରେ ରବୀନ୍ଦ୍ର ଜାଦେଜା (୧୬ ରନ୍‌) ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ମଧ୍ୟାହ୍ଣ ଭୋଜନ ପାଇଁ ପଡ଼ିଆରୁ ବିଦାୟ ନେବା ପୂର୍ବରୁ ହନୁମା ବିହାରୀ (୮୪) ଓ ଈଶାନ୍ତ ଶର୍ମା (୧୧) ଅପରାଜିତ ଥିଲେ।

ପ୍ରଥମ ଦିନରେ ଭାରତ ୫ଟି ଓ୍ଵିକେଟ ହରାଇ ୨୬୪ ରନ୍‌ ସଂଗ୍ରହ କରିଥିଲା। ଓପନର ଲୋକେଶ ରାହୁଲ ୧୩ ରନ୍‌ କରି ଭାରତ ପ୍ରଥମ ଓ୍ଵିକେଟ ଭାବେ ଆଉଟ୍‌ ହୋଇଥିଲେ। ସେ ୨୬ଟି ବଲ ଖେଳି ୨ଟି ଚୌକା ସହ ୧୩ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ ଜସନ ହେଲଡରଙ୍କ ବଲ ଆର କର୍ନଓ୍ଵାଲଙ୍କୁ କ୍ୟାଚ୍‌ ଦେଇ ରାହୁଲ ପାଭଲିଅନ ଫେରିଥିଲେ। ସେହିପରି ଭାରତର ଅନ୍ୟ ଓପନର ଚେତେଶ୍ୱର ପୂଜାରା ୨୫ଟି ବଲ ଖେଳି ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିଲେ। କର୍ନେଓ୍ଵଲଙ୍କ ବଲ ଶମର ବ୍ରୁକ୍‌ଙ୍କୁ କ୍ୟାଚଦେଇ ସେ ପାଭଲିଅନ ଫେରିଥିଲେ।

ଟିମ୍‌ ଇଣ୍ଡିଆ ୧୧୫ ରନ୍‌ରେ ମୟଙ୍କ ଅଗ୍ରଓ୍ଵାଲ (୫୫ ରନ୍‌)ଙ୍କୁ ହରାଇଥିଲା। ସେହିପରି ୱେଷ୍ଟଇଣ୍ଡିଜର ୪ର୍ଥ ଶିକାର ଆଜିଙ୍କ୍ୟ ରାହାଣେ (୨୪ ରନ୍‌) ହୋଇଥିବା ବେଳେ ଭାରତ ୨୦୨ ରନ୍‌ରେ ଅଧିନାୟକ ବିରାଟ କୋହଲି (୭୬ ରନ୍‌)ଙ୍କୁ ହରାଇଥିଲା।

ସମ୍ବନ୍ଧିତ ଖବର