ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ: ଟସ୍‌ ଜିଣି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି, ଭାରତ କରୁଛି ବ୍ୟାଟିଂ

ଆଣ୍ଟିଗୁଆ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ଠାରୁ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଆରମ୍ଭ ହୋଇଛି। ଟସ୍‌ ଜିଣି ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛି। ଦୁଇ ମ୍ୟାଚ୍‌ ଶୃଙ୍ଖଳାକୁ ନେଉ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ୍‌ ଉତ୍ସାହିତ ଥିବା ଥିବା ବେଳେ ଆରମ୍ଭରୁ ବର୍ଷା ବାଧକ ସାଜିଛି। ଆଣ୍ଟିଗୁଆରେ ବର୍ଷା ଯୋଗୁଁ ନର୍ଥ ସାଉଣ୍ଡସ୍ଥିତ ସାର୍‌ ଭିଭିଆନ୍‌ ରିଚାଡର୍ସ ଷ୍ଟାଡିୟମରେ ନିର୍ଦ୍ଧାରିତ ସମୟରେ ଟସ୍‌ ପଡ଼ିପାରି ନାହିଁ। ଫଳରେ ବିଳମ୍ବରେ ଖେଳ ଆରମ୍ଭ ହୋଇଛି।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏଯାଏଁ ୭୧ ବର୍ଷ ମଧ୍ୟରେ ୯୬ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ୱେଷ୍ଟଇଣ୍ଡିଜ ୩୦ ଓ ଭାରତ ୨୦ଟି ମ୍ୟାଚ୍‌ ଜିତିଛି। ବାକି ୪୬ଟି ମ୍ୟାଚ୍‌ ଡ୍ର ରହିଛି। ରେକର୍ଡ ଯଦି ଦେଖିବା ୱେଷ୍ଟଇଣ୍ଡିଜର ସ୍ଥିତି ଭାରତ ତୁଳନାରେ ମଜବୁତ ଅଛି। ଭାରତୀୟ ଟିମ୍‌ ୧୭ ବର୍ଷ ହେବ ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍‌ ଜିତିପାରି ନାହିଁ। ତେଣୁ ରେକର୍ଡ କରିବାକୁ ସୁଯୋଗ ଆସିଛି।

Zee News

ୱେଷ୍ଟଇଣ୍ଡିଜ ଖେଳାଳି: ଜସନ୍‌ ହୋଲଡର (ଅଧିନାୟକ) କ୍ରେଗ ବ୍ରାଥେଓ୍ଵଟ୍‌, ଡେରେନ ବ୍ରାଭୋ, ସମର ବ୍ରୁକ୍‌ସ, ଜନ କ୍ୟାମ୍ପବେଲ, ରୋଷ୍ଟନ ଚେସ, ସେନନ ଗେବ୍ରିୟଲ, ସିମରୋନ୍‌ ହେଟମେୟର, ସାଇ ହୋପ୍‌, ମିଗୁଏଲ୍‌ କମିନ୍‌ସ, କେମାର ରୋଚ୍‌

ଭାରତୀୟ ଖେଳାଳି: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ , ମୟଙ୍କ ଅଗ୍ରଓ୍ଵାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ,  ରବୀନ୍ଦ୍ର ଜାଦେଜା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ ବୁମରା

ଭାରତ ଓ ୱେଷ୍ଟଇଣ୍ଡିଜ ଆଣ୍ଟିଗୁଆରେ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପର ଅଂଶବିଶେଷ। ଉଭୟ ଟିମ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳା ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଅଗଷ୍ଟ ୩୦ରୁ କିଙ୍ଗଷ୍ଟନ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର