ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ୱେଷ୍ଟ୍‌ଇଣ୍ଡିଜ

ଗାଏନା : ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଥିବା ଘରୋଇ ୱେଷ୍ଟଇଣ୍ଡିଜ୍‌ ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ମଧ୍ୟ କବ୍‌ଜା କରିନେଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ଯିବା ପରେ ଅବଶିଷ୍ଟ ଦୁଇଟି ମ୍ୟାଚ୍‌କୁ ଘରୋଇ ଦଳ ଜିତି ୨-୦ରେ ଶୃଙ୍ଖଳା ହାତେଇଛି। ଗୁରୁବାର ବିଳମ୍ବିତ ରାତିରେ ଖେଳାଯା‌ଇଥିବ‌ା ତୃତୀୟ ଟ୍ବେଣ୍ଟି-୨୦ରେ ବାଂଲାଦେଶ ୧୬୪ ରନ୍‌ର ଲକ୍ଷ୍ୟ ଛାଡ଼ିଥିଲା। ଜବାବରେ କାଇଲ ମାୟର୍ସ ଓ ନିକୋଲାସ ପୂରନଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ୧୦ ବଲ୍‌ ପୂର୍ବରୁ ୫ ୱିକେଟ୍‌ ବିନିମୟରେ ୧୬୯ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ୱିକେଟ୍‌ରକ୍ଷକ/ବ୍ୟାଟର୍‌ ନିକୋଲାସ ପୂରନ ଉଭୟ ମ୍ୟାଚ୍‌ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ୨୦ ଓଭରରେ ୧୬୩/୫ (ଆଫିଫ ହୋସେନ-୫୦, ଲିଟନ ଦାସ-୪୯, ମାହମୁଦଲା-୨୨, ହେଡେନ ୱାଲ୍‌ସ-୨/୨୫। ୱେଷ୍ଟଇଣ୍ଡିଜ୍‌ ୧୮.୨ ଓଭରରେ ୧୬୯/୫ (ନିକୋଲାସ ପୂରନ-୭୪*, କାଇଲ ମାୟର୍ସ-୫୫, ନାସୁମ ଅହମ୍ମଦ-୨/୪୪)।

ସମ୍ବନ୍ଧିତ ଖବର