ମହିଳା କ୍ରିକେଟ: ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ନିଜର ଟିମ୍‌ ଘୋଷଣା କଲା ୱେଷ୍ଟଇଣ୍ଡିଜ୍‌

ସେଣ୍ଟ ଜନସ୍‌: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ସହ ୱେଷ୍ଟଇଣ୍ଡିଜ୍‌ର ମୁକାବିଲା ଆସନ୍ତା ନଭେମ୍ବରରୁ ପହିଲାରୁ ୩ ଦିନିକିଆ ମ୍ୟାଚ୍‌ର ଶୃଙ୍ଖଳା ଖେଳାଯିବ। ଏଥି ପାଇଁ ୱେଷ୍ଟଇଣ୍ଡିଜ୍‌ ନିଜର ଟିମ୍‌ ଘୋଷଣା କରିଛି। ଆହତ ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଖେଳି ପାରି ନ ଥିବା ସେମେନ୍‌ କ୍ୟାମ୍ପବେଲ୍‌ ଓ ଚେଡିନ୍‌ଙ୍କୁ ଟିମ୍‌ରେ ସାମିଲ କରିଛି। ଉଭୟ ଖେଳାଳି ଶେଷଥର ପାଇଁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଗତ ଜୁନ୍‌ରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିଥିଲେ।

ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ଶାନିଶା ହେକ୍ଟର ଓ ଅଲରାଉଣ୍ଡର ଆଲିୟା ଆଲେନ ଭାରତ ବିପକ୍ଷରେ ଖେଳିବେ। ଷ୍ଟେଫାନୀ ଟେଲରଙ୍କ ନେତୃତ୍ୱରେ ଟିମ୍‌ରେ ଯୁବ ଖେଳାଳିଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସାର ଭିଭିଆନ୍‌ ରିଚାର୍ଡସ୍‌ ଷ୍ଟାଡିୟମ୍‌ରେ ପ୍ରଥମ ମୁକାବିଲା ୧ ତାରିଖରେ ହେବ। ସେହିପରି ୨ୟ ଓ ୩ୟ ମୁକାବିଲା ମଧ୍ୟ ଏହି ପଡ଼ିଆରେ ଖେଳାଯିବ।

ୱେଷ୍ଟଇଣ୍ଡିଜ୍‌ ଟିମ୍‌: ଷ୍ଟେଫାନୀ ଟେଲର୍‌ (ଅଧିନାୟିକା), ଅନିସା ମହମ୍ମଦ, ଆଲିୟା ଆଲେନ୍‌, ଆଫି ଫ୍ଲେଚର୍‌, ବ୍ରିଟନୀ କୁପର୍‌, ଚେଡିନ୍‌ ନେସନ୍‌, ଚିନେଲ୍‌ ହେନରୀ, ଷ୍ଟାକି-ଆନ୍‌ କିଙ୍ଗ୍‌, କାଇଶୋନା ନାଇଟ୍‌, ନତାସା ମ୍ୟାକଲିନ୍‌, ସାବିକା ଗଜନବି, ଶାନିସା ହେକ୍ଟର୍‌, ସେମେନ୍‌ କ୍ୟାମ୍ପବେଲ୍‌, ଶେନେଟା ଗ୍ରିମଣ୍ଡ।

ସମ୍ବନ୍ଧିତ ଖବର