େଓ୍ଵଷ୍ଟ୍‍ଇଣ୍ଡିଜ୍‌କୁ ବିଶ୍ୱକପ୍‌ ଟିକେଟ୍‌

ହରାରେ: େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଆଇସିସି ବିଶ୍ୱକପ୍‌ ପାଇଁ ସ୍ଥାନ ପକ୍କା କରିଛି। ବୁଧବାର ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ସୁପରସିକ୍ସ ମୁକାବିଲାରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ୫ ରନ୍‌ (ଡିଏଲ୍‌)ରେ ସ୍କଟ୍‌ଲାଣ୍ଡ୍‌କୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିବା ସହିତ ବିଶ୍ୱକପ୍‌ ଟିକେଟ୍‌ ହାସଲ କରିଛି। ଯୋଗ୍ୟତାପର୍ଯ୍ୟାୟର ଦୁଇ ଫାଇନାଲିଷ୍ଟ ବିଶ୍ୱକପ୍‌ ଟିକେଟ୍‌ ହାସଲ କରିବେ। ପୂର୍ବରୁ ଆଇସିସି ମାନ୍ୟତାର ଶ୍ରେଷ୍ଠ ୮ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ। ବୁଧବାର େଓ୍ଵଷ୍ଟ୍‍ଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୧୯୮ ରନ୍‌ କରିଥିଲା। ଏଭିନ୍‌ ଲୁଇସ୍‌ (୬୬) ଓ ମାର୍ଲନ୍‌ ସାମୁଏଲ୍‌ସ (୫୧) ଅର୍ଧଶତକ ଜମାଇଥିଲେ। ଜବାବରେ ସ୍କଟ୍‌ଲାଣ୍ଡ୍‌ ୩୫.୨ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୨୫ ରନ୍‌ କରିଥିଲା ବେଳେ ବର୍ଷା ବାଧକ ହୋଇଥିଲା। ଆଉ ଖେଳ ସମ୍ଭବ ନହେବାରୁ ଡର୍କଓ୍ଵର୍ଥ ଲୁଇସ୍‌ (ଡିଏଲ୍‌) ନିୟମ ଅନୁସାରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ୫ ରନ୍‌ରେ ବିଜୟୀ ଘୋଷିତ ହୋଇଥିଲା।

ସମ୍ବନ୍ଧିତ ଖବର