ଚେଷ୍ଟର ଲି ଷ୍ଟ୍ରିଟ୍: ସୋମବାର ମ୍ୟାଚ୍ରେ ମନ୍ଥର ଗତିରେ ବୋଲିଂ କରିଥିବାରୁ ଉଭୟ ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ଦଳକୁ ପ୍ରଚୁର ଅର୍ଥ ଦଣ୍ଡ ପ୍ରଦାନ କରାଯାଇଛି। ଦୁଇ ଅଧିନାୟକ ଜାସନ୍ ହୋଲଡର ଏବଂ ଦିମୁଥ କରୁଣାରତ୍ନେଙ୍କ ମ୍ୟାଚ୍ ପାଉଣାର ୪୦ ପ୍ରତିଶତ ଲେଖାଏଁ କାଟି ଦିଆଯାଇଛି। ଅନ୍ୟ ଖେଳାଳିଙ୍କୁ ୨୦ ପ୍ରତିଶତ ହରାଇବାକୁ ପଡ଼ିଛି। ଆଇସିସିର ଧାରା ୨.୨୨ ଅନୁସାରେ ନିର୍ଧାରିତ ସମୟ ଭିତରେ ପ୍ରତି ଗୋଟିଏ କମ୍ ବୋଲିଂ ପାଇଁ ଖେଳାଳିଙ୍କ ଉପରେ ୧୦ ପ୍ରତିଶତ ଏବଂ ଅଧିନାୟକଙ୍କ ଉପରେ ଏହାର ଦୁଇ ଗୁଣା ଦଣ୍ଡର ବ୍ୟବସ୍ଥା ରହିଛି। ଉଭୟ ଦଳ ସୋମବାର ୨ ଓଭର ଲେଖାଏଁ କମ୍ ବୋଲିଂ କରିଥିଲେ। ୧୨ ମାସ ମଧ୍ୟରେ ଏହି ଜରିମାନା ଦୋହରିଲେ ଅଧିନାୟକଙ୍କ ନିଲମ୍ବନ କରାଯିବା ଲାଗି ନିୟମ ରହିଛି। ସୋମବାର ଶ୍ରୀଲଙ୍କା ୨୩ ରନ୍ରେ ରୋମାଞ୍ଚକ ବିଜୟ ହାସଲ କରିଥିଲା।
ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଦଣ୍ଡିତ
/sambad/media/post_attachments/wp-content/uploads/2019/07/crick-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)