ସର୍ବଭାରତୀୟ ଅନ୍ତଃଜୋନ୍‌ ବ୍ୟାଡ୍‌ମିଣ୍ଟନ୍‌, ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଟିଟି ଉଦ୍‌ଘାଟିତ

ଭୁବନେଶ୍ୱର: କିଟ୍‌ ପରିସରରେ ଶୁକ୍ରବାର ସର୍ବଭାରତୀୟ ଅନ୍ତଃଜୋନ୍‌ ବ୍ୟାଡ୍‌ମିଣ୍ଟନ୍‌ ଏବଂ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଟେବୁଲ ଟେନିସ୍‌ (ଟିଟି) ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତା ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ବ୍ୟାଡ୍‌ମିଣ୍ଟନ୍‌ରେ ୪ ଜୋନ୍‌ରୁ ୧୬ ବିଶ୍ୱବିଦ୍ୟାଳୟ ଏବଂ ଟିଟିରେ ୨୪ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନ ଟିଟିରେ ଯାଦବପୁର ୩-୦ ସେଟ୍‌ରେ ପୂର୍ବାଞ୍ଚଳକୁ, ଦୁର୍ଗ ୩-୦ରେ ବିଧାନ ଚନ୍ଦ୍ର କାଶୀ ବିିଦ୍ୟାପୀଠକୁ, ଦିବ୍ରୁଗଡ଼ ୩-୨ରେ ଟେକ୍ନୋ ଇଣ୍ଡିଆକୁ, ବିଏଚ୍‌ୟୁ ୩-୦ରେ ରବିଶଙ୍କରକୁ, ଏମ୍‌ଜି କାଶୀ ବିଦ୍ୟାପୀଠ ୩-୨ରେ ମଣିପୁରକୁ ଏବଂ ବିଆର୍‌ଏ ବିହାର ୩-୧ରେ ଖଲିକୋଟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। କିଟ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ, ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ ଏବଂ କ୍ରୀଡ଼ା ନିର୍ଦେଶକ ତଥା ଆୟୋଜକ ସମିତିର ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର