ଭୁବନେଶ୍ୱର: ଓଡ଼ିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (ଏଜି) ପକ୍ଷରୁ ଗୁରୁବାରଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ପୂର୍ବାଞ୍ଚଳ ଏଜି ହକି ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ରେ ପଶ୍ଚିମବଙ୍ଗକୁ ୩-୧ ଗୋଲ୍ରେ ପରାସ୍ତ କରି ଆୟୋଜକ ଓଡ଼ିଶା ବିଜେତା ହୋଇଛି। ମ୍ୟାଚ୍ର ପ୍ରଥମାର୍ଧରେ ଓଡ଼ିଶା ପୂରା ଆଧିପତ୍ୟ ବିସ୍ତାର କରିଥିଲା। ପୂରୋଭାଗ ଖେଳାଳି ଟିଓଫିଲ୍ କୁଜୁର ମ୍ୟାଚ୍ର ଅଷ୍ଟମ ଓ ନବମ ମିନିଟ୍ରେ ଲାଗ ଲାଗ ଦୁଇଟି ଗୋଲ୍ କରି ଓଡ଼ିଶାକୁ ୨-୦ର ଅଗ୍ରଣୀ ଦେଇଥିଲେ।ଏହାପରେ ଦ୍ୱିତୀୟାର୍ଧରେ ଚନ୍ଦନ ସିଂହ ୫୩ ମିନିଟ୍ରେ ଏକ ଗୋଲ୍ ପଶ୍ଚିମବଙ୍ଗ ପାଇଁ ଶୁଝି ବ୍ୟବଧାନ ୧-୨ରେ ପହଞ୍ଚାଇଥିଲେ। ହେଲେ ଦ୍ୱିତୀୟାର୍ଧରେ ଅନେକ ସୁଯୋଗ ହାତଛଡ଼ା କରି ପଶ୍ଚିମବଙ୍ଗ ଦଳ ସ୍ଥିତି ସମାନ କରିବାରୁ ବଞ୍ଚିତ ହୋଇଥିଲା। କିନ୍ତୁ ୫୭ ମିନିଟ୍ରେ ପ୍ରସନ୍ନ ତିର୍କିଙ୍କ ଗୋଲ୍ ବ୍ୟବଧାନ ବଢ଼ାଇଥିଲା ବେଳେ ଓଡ଼ିଶାକୁ ୩-୧ରେ ମ୍ୟାଚ୍ ଜିତି ନେଇଥିଲା। ଏମ୍ ମିନାକ୍ଷୀ ସୁନ୍ଦରମ୍, ପ୍ରଦୀପ ଗୌତମ, ପ୍ରଣବ ପଟ୍ଟନାୟକ, ବିଶ୍ୱରଞ୍ଜନ ଷଡ଼ଙ୍ଗୀ, ଡ. ଶୋଭେନ୍ କୁମାର ମ୍ୟାଚ୍ ପରିଚାଳନା କରିଥିଲେ। ମହାଲେଖାକାର ଆର୍ ଅମ୍ବଲାଭାନନ୍ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ପ୍ରମୁଖ ମହାଲେଖାକାର ମଧୁମିତା ବସୁ, ଯଶୋଧାରା ରାୟ ଚୌଧୁରୀ, ଆୟୋଜକ ସମିତିର ଅଧ୍ୟକ୍ଷ ଅଶୋକ କୁମାର ଜୋଷୀ, ଉପ ମହାଲେଖାକାର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପୂର୍ବାଞ୍ଚଳ ଏଜି ହକି: ଓଡ଼ିଶା ବିଜେତା
/sambad/media/post_attachments/wp-content/uploads/2018/01/11-IAAD-East-Zone-Hockey-Tournament.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)