ପୂର୍ବାଞ୍ଚଳ ସ୍ପୋର୍ଟସ୍‌ କ୍ଲାଇମ୍ବି ପ୍ରତିଯୋଗିତା ପାଇଁ ୪ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ୱର: ଜାମ୍‌ସେଦ୍‌ପୁରଠାରେ ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ପୂର୍ବାଞ୍ଚଳ ସ୍ପୋର୍ଟସ୍‌ କ୍ଲାଇମ୍ବିଂ ପ୍ରତିଯୋଗିତା ପାଇଁ ବୁଧବାର ଏକ ୪ ଜଣିଆ ଓଡ଼ିଶା ଦଳ ବଛାଯାଇଛି। ଭାରତୀୟ ପର୍ବତାରୋହଣ ସଂସ୍ଥାର ପୂର୍ବାଞ୍ଚଳ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ଅନୁପମା ସ୍ୱାଇଁ, ରଜନୀ ବିଶି, ମନୋଜ କୁମାର ଡାକୁଆ ଓ ବିଷ୍ଣୁ କୋଲ୍‌ ସଦସ୍ୟ ରହିଛନ୍ତି। ପ୍ରତିଯୋଗିତାରେ ସ୍ପିଡ୍‌, ଲିଡ୍‌ ଓ ବୋଲ୍‌ଡରିଂ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଓଡ଼ିଶା ସ୍ପୋର୍ଟସ୍‌ କ୍ଲାଇମ୍ବିଂ ସଂଘ ଏହି ୪ ଜଣଙ୍କୁ ଗତ ରାଜ୍ୟ ସ୍ପୋର୍ଟସ୍‌ କ୍ଲାଇମ୍ବିଂ ପ୍ରତିଯୋଗିତାରୁ ମନୋନୀତ କରିଥିଲା। ପୂର୍ବାଞ୍ଚଳ ପ୍ରତିଯୋଗିତାରୁ ଆସନ୍ତା ଡିସେମ୍ବରରେ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ଖେଳାଳି ବଛାଯିବ। ଓଡ଼ିଶା ଦଳକୁ ରାଜ୍ୟ ସଂଘର ସଂପାଦକ ରବୀନ୍ଦ୍ର କୁମାର ଭୂୟାଁ, ଉପସଭାପତି ଅଶୋକ କୁମାର ମହାନ୍ତି, କୋଷାଧ୍ୟକ୍ଷ ଇଂ ଚିତ୍ତରଞ୍ଜନ ସ୍ୱାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର