ପରବର୍ତ୍ତୀ ଟେଷ୍ଟ ଅଧିନାୟକ କିଏ? ଜାଣନ୍ତୁ ଚୟନ ପ୍ରସଙ୍ଗରେ କ’ଣ କହିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜ୍ ହାରିବା ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ଭାରତୀୟ ଟେଷ୍ଟ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବ  ସେ ନେଇ ଭାରତୀୟ କ୍ରିକେଟ ଜଗତରେ ଆଲୋଚନା ଚାଲିଛି। ଏବେ ଏହି ବିଷୟରେ ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜର ବ୍ୟକ୍ତିଗତ ମତ ରଖିଛନ୍ତି। ସାମି କହିଛନ୍ତି ଟେଷ୍ଟ କ୍ରିକେଟରେ ଦଳକୁ ଜଣେ ଲିଡର(ଅଧିନାୟକ)ଙ୍କ ଆବଶ୍ୟକତା ଅଛି।

ସେ କହିଛନ୍ତି ଯେ, ଭାରତର ନୂଆ ଅଧିନାୟକ ଫାଇଦାରେ ନିଶ୍ଚୟ ରହିବେ କାରଣ ଆମର ପ୍ରଥମ ଟେଷ୍ଟ ସିରିଜ ଘରୋଇ ମାଟିରେ ହିଁ ଅଛି।  ତେଣୁ ତାଙ୍କୁ ପରିସ୍ଥିତି ସହିତ ଖାପ ଖୁଆଇବା ପାଇଁ କିଛି ସମୟ ମିଳିବ। ଟିମ୍ ଇଣ୍ଡିଆ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଶ୍ରୀଲଙ୍କା ବିରୋଧରେ ଦୁଇ ମ୍ୟାଚ ବିଶିଷ୍ଟ ଏକ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି। ସାମିଙ୍କ ଅନୁସାରେ ଖେଳାଳିମାନେ ନିଜ ଆଡୁ ଭଲ ପ୍ରଦର୍ଶନ କରିବା ଉଚିତ ଓ ନେତୃତ୍ଵ ନେଇ ଖେଳିବା ଆବଶ୍ୟକ। ଏହା ସକାରାତ୍ମକ ଫଳାଫଳ ହାସଲ କରିବାରେ ଫଳପ୍ରଦ ହେବ ବୋଲି ସେ କହିଛନ୍ତି।

insidesport.co

ମହମ୍ମଦ ସାମି ଆହୁରି ମଧ୍ୟ କହିଛନ୍ତି, ମୁଁ ଏହି ସମୟରେ ଅଧିନାୟକତ୍ଵ ବିଷୟରେ ଅଧିକ ଭାବୁନାହିଁ। ମୋତେ ଯାହା ବି ଦାୟିତ୍ଵ ଦିଆଯାଇଛି, ମୁଁ ସେଥିପାଇଁ ପ୍ରସ୍ତୁତ। ସତ କହିବାକୁ ଗଲେ ଭାରତୀୟ ଦଳର ଅଧିନାୟକ ହେବାକୁ କିଏ ଚାହିଁବ ନାହିଁ ? କିନ୍ତୁ ମୋତେ ଯାହା ବି ଦାୟିତ୍ଵ ଦିଆଯିବ ମୁଁ ତାହାକୁ ପୂରଣ କରିବାକୁ ଚେଷ୍ଟା କରିବି।

କିନ୍ତୁ ଆପଣ ଯଦି ପଚାରୁଛନ୍ତି ତେବେ ମୁଁ କହିବି, ମୋର ଧ୍ୟାନ ଏହା ଉପରେ ରହିବ କି ଯେ ମୁଁ କିପରି ପ୍ରଦର୍ଶନ କରୁଛି ଓ ବୋଲିଂ ବାହିନୀ କିପରି ପ୍ରଦର୍ଶନ କରୁଛି। ମୁଁ ପ୍ରକୃତରେ ଏ ବିଷୟରେ ଭାବୁନାହିଁ ଯେ ଭାରତୀୟ ଦଳର ଅଧିନାୟକ ପଦ କିଏ ସମ୍ଭାଳିବ ? ଆମ ପାଖରେ ରୋହିତ ଶର୍ମା ବି ଅଛନ୍ତି ଓ ଆଜିଙ୍କ୍ୟ ରାହାଣେ ବି ଅଛନ୍ତି। କିନ୍ତୁ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ହେଉଛି ଫଳାଫଳ।

ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ରୋହିତ ଶର୍ମାଙ୍କୁ ଉପଅଧିନାୟକ କରାଯାଇଥିଲା । କିନ୍ତୁ ଆହତ ହେବା ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ନଥିଲେ। ଏବେ ରୋହିତ ଶର୍ମାଙ୍କୁ ପୂର୍ବରୁ ଭାରତୀୟ ଦିନିକିଆ ଓ ଟ୍ଵେଣ୍ଟିଟ୍ଵେଣ୍ଟି ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଟେଷ୍ଟରେ ବି ତାଙ୍କୁ ଅଧିନାୟକ କରାଯିବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ ଖରାପ ପ୍ରଦର୍ଶନ କାରଣରୁ ଆଜିଙ୍କ୍ୟ ରାହାଣେଙ୍କୁ ଉପଅଧିନାୟକ ପଦରୁ ହଟାଯାଇଥିଲା। ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି।

ସମ୍ବନ୍ଧିତ ଖବର