କ’ଣ କହିଥିଲେ ପାଣ୍ଡ୍ୟା

କାର୍ଯ୍ୟକ୍ରମ ଅବସରରେ ବହୁ ନାରୀଙ୍କ ସହ ତାଙ୍କର ଶାରିରୀକ ସଂପର୍କ ଥିବା ପାଣ୍ଡ୍ୟା ଖୋଲା ଖୋଲି ଭାବେ କହିଥିଲେ। ଏପରିକି ମହିଳାମାନେ ତାଙ୍କ ପାଇଁ କେବଳ ଏକ ଉପଭୋଗର ବସ୍ତୁ ବୋଲି ସଙ୍କେତ ଦେଇଥିଲେ। କୌଣସି ମହିଳାଙ୍କ ସହ ଶାରିରୀକ ସଂପର୍କ ରଖିବା ଦିନ ହିଁ ଏହି ବିଷୟରେ ସେ ନିଜ ମାତା-ପିତାଙ୍କୁ ଗର୍ବରେ କହି ଦେଇ ଥାଆନ୍ତି ବୋଲି ଲଜ୍ଜାହୀନ ପାଣ୍ଡ୍ୟା‌ ଏହି ଅବସରରେ ମତ ରଖିଥିଲେ। କରଣ ଜୋହର ଯେତେବେ‌ଳେ ପଚାରିଥିଲେ ଯେ ନାଇଟ୍ କ୍ଲବରେ ସେ କାହିଁକି ମହିଳାଙ୍କ ନାଁ ପଚାରନ୍ତି ନାହିଁ, ସେତେବେଳେ ପାଣ୍ଡ୍ୟା ଉତ୍ତର ଦେଇଥିଲେ ମୁଁ ସେମାନଙ୍କ ଆଚାର ବ୍ୟବହାରକୁ ଲକ୍ଷ୍ୟ କରୁଥାଏ। ସେମାନଙ୍କୁ ପଛରୁ ଦେଖିବା ମୋତେ ଭଲ ଲାଗେ। ମୁଁ ସବୁବେଳେ ଏମିତି। ମୁଁ ଯେତେବେଳେ କିଛି କରେ, ପିତା-ମାତାଙ୍କୁ ଆଜି ଏମିତି କରିଛି ବୋଲି କହିଦିଏ। ସେହିଭଳି ୱେଷ୍ଟଇଣ୍ଡିଜ୍ କ୍ରିକେଟରଙ୍କ ଭଳି ରସିକିଆ ମିଜାଜର ହୋଇଥିବାରୁ ଅନେକ ସମୟରେ ପିତା-ମାତାଙ୍କୁ ମୋତେ ସେମାନେ ଜନ୍ମ ଦେଇଛନ୍ତି ନା କୋଉଠୁ ଉଠାଇ ଆଣିଛନ୍ତି ବୋଲି ପ୍ରଶ୍ନ କରିଥାଏ ବୋଲି ଆଉ ଏକ ପ୍ରଶ୍ନର ଉତ୍ତର ଦେଲା ବେଳେ ପାଣ୍ଡ୍ୟା ମତ ରଖିଥିଲେ। ସୂଚନା‌ଯୋଗ୍ୟ ଯେ ୧୨ ତାରିଖରୁ ଆରମ୍ଭ ‌ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିବା ଲାଗି ପାଣ୍ଡ୍ୟା ସଂପ୍ରତି ସେଠାରେ ଅଛନ୍ତି। ପିଠି ଯନ୍ତ୍ରଣାରୁ ଆରୋଗ୍ୟ ଲାଭ କରିବା ପରେ ମେଲବର୍ନରେ ଆୟୋଜିତ ବକ୍ସିଂ ଡେ’ ଟେଷ୍ଟ୍‌ ପୂର୍ବରୁ ସେ ଭାରତୀୟ ଦଳ ସହ ଯୋଗଦେଇଥିଲେ। ହେଲେ ମେଲବର୍ନ କିମ୍ବା ସିଡ୍‌ନି ‌ଟେଷ୍ଟରେ ଖେଳିବାର ସୁଯୋଗ ପାଇ ନଥିଲେ।

ସମ୍ବନ୍ଧିତ ଖବର