ନୂଆଦିଲ୍ଲୀ: ଅନେକ ସମୟରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଭେଟି ଉତ୍ସାହିତ କରି ଥାଆନ୍ତି। ସମୟସମୟରେ ପଡ଼ିଆରେ ପ୍ରିୟ କ୍ରିକେଟରଙ୍କୁ ଚୌକା ଏବଂ ଛକା ମାରିବା ଦେଖିବା ପରେ ପ୍ରଶଂସକମାନେ ଏତେ ଉତ୍ସାହିତ ହୋଇଯାଇଥାଆନ୍ତି ଯେ ସେମାନେ ନିୟମ ଭାଙ୍ଗି ପଡ଼ିଆ ଭିତରକୁ ଚାଲି ଯାଇଥାଆନ୍ତି।  ତେବେ ଆପଣମାନେ ଜାଣିଛନ୍ତି କି ପ୍ରଶଂସକମାନେ ଜୋରଜବରଦସ୍ତ ଯଦି ଗ୍ରାଉଣ୍ଡ ଭିତରକୁ ପ୍ରବେଶ କରୁଛନ୍ତି ତେବେ କିଭଳି ଦଣ୍ଡ ସେମାନଙ୍କ ପାଇଁ ଲାଗୁ ହୋଇପାରେ।

Advertisment

ମାର୍ଚ୍ଚ ୨୬ରେ ଗୌହାଟୀରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଇପିଏଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତାର ରନ ଚେଜ୍ ସମୟରେ ଜଣେ ଅଜଣା ବ୍ୟକ୍ତି ପଡ଼ିଆ ଭିତରକୁ ପଶି ଆସି ରାଜସ୍ଥାନ ରୟାଲ୍ସର ଅଧିନାୟକ ରିଆନ୍ ପରାଗଙ୍କ ପାଦ ଛୁଇଁଥିଲେ ଏବଂ ପରେ ତାଙ୍କୁ କୁଣ୍ଢେଇ ପକାଇଥିଲେ। ଏହି ସମୟରେ ମ୍ୟାଚକୁ କିଛି ମିନିଟ୍ ପର୍ଯ୍ୟନ୍ତ ବନ୍ଦ କରାଯାଇ ଅଜଣା ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ନେବାର ବନ୍ଦୋବସ୍ତ କରିଥିଲେ।

ଗତ କିଛି ମାସ ମଧ୍ୟରେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଭେଟିବା ପାଇଁ ଜୋରଜବରଦସ୍ତି କ୍ରିକେଟ୍ ପଡ଼ିଆକୁ ପ୍ରବେଶ କରିବାର ଧାରା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। 
ଯେତେବେଳେ ଏପରି ପ୍ରଶଂସକମାନେ ଧରାପଡ଼ନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଆଇସିସି ଏପରି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଥାଣଏ। ବିସିସିଆଇ ମଧ୍ୟ ଏପରି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖେ ଏବଂ ଏହାକୁ କଡ଼ାକଡ଼ି ବନ୍ଦ କରିବା ପାଇଁ ଷ୍ଟାଡିୟମ   ପରିଚାଳକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। 

ଯଦି କେହି ଭାରତରେ ଏହା କରନ୍ତି, ତେବେ ତାଙ୍କ ବିରୋଧରେ ଆଇପିସି ଧାରା ୪୪୭ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ। ଏପରି କାର୍ଯ୍ୟ କରୁଥିବା ପ୍ରଶଂସକଙ୍କୁ କେବଳ ଗ୍ରାଉଣ୍ଡରୁ ବାହାର କରିଦିଆଯାଏ ନାହିଁ, ବରଂ ଯଦି ଜଣେ ବ୍ୟକ୍ତି ଏହି କାର୍ଯ୍ୟ ବାରମ୍ବାର କରନ୍ତି ତେବେ ତାଙ୍କୁ ଆଜୀବନ ଷ୍ଟାଡିୟମରେ ପ୍ରବେଶ କରିବାକୁ ବାରଣ କରାଯାଏ। 

ଅନେକ କ୍ଷେତ୍ରରେ ପାଞ୍ଚରୁ ଦଶ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ମଧ୍ୟ ଲାଗୁ କରାଯାଇଥା ଏ। ଅନେକ ଦେଶ (ଉଦାହରଣ ସ୍ବରୂପ-ଇଂଲଣ୍ଡ, ଅଷ୍ଟ୍ରେଲିଆ)ରେ ଖେଳ ଚାଲିଥିବା ବେଳେ କେହି ଯଦି ପଡ଼ିଆ ଭିତରକୁ ପ୍ରବେଶ କରନ୍ତି ତେବେ ତାଙ୍କ ବିରୋଧରେ ଜରିମାନା ମଧ୍ୟ ଲାଗୁ କରାଯିବା ସହିତ ୬ମାସ ଜେଲ ଦଣ୍ଡ ବି ହୋଇପାରେ।