ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭ ହେବାର ୧୬ବର୍ଷ ବିତିଛି। ଏହି ୧୬ବର୍ଷ ଭିତରେ ଅନେକ କିଛି ବଦଳି ଥିବା ବେଳେ ୨ଟି ଜିନିଷ ଏବେ ବି ଅପରିବର୍ତ୍ତିତ ରହିଛି। ୧୬ବର୍ଷ ହେଲାଣି ‌ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଏବଂ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳୁଛନ୍ତି। ଉଭୟ ଖେଳାଳିଙ୍କର କୋଟି କୋଟି ପ୍ରଶଂସକ ଥିବା ବେଳେ ଖେଳିବାର ଶୈଳୀକୁ ନେଇ ସବୁବେଳେ ଦୁହେଁ ଚର୍ଚ୍ଚାରେ ରହିଥାନ୍ତି।

Advertisment

ତେବେ ଦୁହେଁ ୧୬ ବର୍ଷ ହେଲାଣି ଆରସିବି ଓ ସିଏସକେ ପାଇଁ ଖେଳି ଆସୁଥିବା ବେଳେ ଆରସିବି ଗୋଟିଏ ବି ଟ୍ରଫି ହାତେଇ ପାରିନାହିଁ। ୧୬ବର୍ଷ ମଧ୍ୟରେ ସିଏସକେ ୪ଟି ଟ୍ରଫି ଜିତିଥିବା ବେଳେ ଆରସିବି ଟ୍ରଫିର ଅତି ପାଖରେ ପହଞ୍ଚି ମଧ୍ୟ ଟ୍ରାଫିକୁ ହାତରେ ଧରିପାରିନାହିଁ। ୨ଥର ଏହି ଟିମ୍ ଫାଇନାଲକୁ ଯାଇ ରନର୍ସ ଅପ ହୋଇଛି। ହେଲେ ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିପାରିନାହିଁ। ଏହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ୱସିମ ଅକ୍ରମ।

‌ମହେନ୍ଦ୍ର ସିଂହ ଧୋନି ଯଦି ଆରସିବିର ଅଧିନାୟକ ହୋଇଥାନ୍ତେ, ତେବେ କ’ଣ ହୋଇଥାନ୍ତା ବୋଲି ପ୍ରଶ୍ନ କରାଯିବା ପରେ ୱସିମ ଅକ୍ରମ କହିଛନ୍ତି, ‌ଆରମ୍ଭରୁ ବିରାଟ କୋହଲି ଆରସିବିର ପାଇଁ ଖେଳୁଛନ୍ତି। ହେଲେ ଏବେ ବି ଏହି ଟିମ୍ ଟ୍ରଫି ଜିିତିପାରିନାହିଁ।  ମହେନ୍ଦ୍ର ସିଂହ ଧୋନି ଯଦି ଆରସିବିର ଅଧିନାୟକ ହୋଇଥାନ୍ତେ, ତେବେ ଆରସିବି ୩ଥର ଟ୍ରଫି ଜିତି ସାରିନ୍ତାଣି।